ରାଜ୍ୟସଭାରେ ପାସ୍ ହେଲା ଐତିହାସିକ ସବର୍ଣ୍ଣ ସଂରକ୍ଷଣ ବିଲ୍

Published By : Prameya-News7 Bureau | January 10, 2019 IST

ନୂଆଦିଲ୍ଲୀ ୧୦|୧: ରାଜ୍ୟସଭାରେ ପାସ୍ ହେଲା ଐତିହାସିକ ସବର୍ଣ୍ଣ ସଂରକ୍ଷଣ ବିଲ୍ । ସଂସଦର ଉଚ୍ଚ ସଦନରେ ବହୁ ବିତର୍କ ପରେ ଶେଷରେ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ବିଲ୍ ସପକ୍ଷରେ ୧୬୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୭ଟି ଭୋଟ୍ ପଡ଼ିଥିଲା । ଏହି ବିଲ୍ ମଙ୍ଗଳବାର ଲୋକସଭାରେ ପାସ୍ ହୋଇଥିବା ବେଳେ କାଲି ରାଜ୍ୟସଭାରେ ପାସ୍ ହୋଇଛି । କେବଳ ରାଷ୍ଟ୍ରପତିଙ୍କର ଅନୁମୋଦନ ମିଳିଲେ ଏହା ଆଇନ ପରିଣତ ହେବ । ବିଲ୍ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ଚାଲିଥିଲା ।

ତେବେ ବିଲ୍ ପାସ୍ ହେବା ପୂର୍ବରୁ ଏହାକୁ ସିଲେକ୍ଟ କମିଟିକୁ ପଠାଯିବ କି ନାହିଁ ସେନେଇ ହୋଇଥିବା ଭୋଟିଂରେ ପ୍ରସ୍ତାବ ଖାରଜ ଖାଇଥିଲା । ୧୨୪ ତମ ସମ୍ବିଧାନ ସଂଶୋଧନ ବିଲ୍ କୁ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଥାୱର ଚାନ୍ଦ ଗେହଲୋଟ୍ ଉପସ୍ଥାପନ କରିଥିଲେ । ଏହି ବିଲ୍ କୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା । ବିରୋଧୀ କଂଗ୍ରେସ, ଆରଜେଡି, ବାମଦଳ ଓ ଡିଏମ୍ କେ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ଏହାକୁ ନେଇ ଭୋଟିଂ ହୋଇଥିଲା । ଭୋଟିଂରେ ସିଲେକ୍ଟ କମିଟିକୁ ପଠାଇବା ପ୍ରସ୍ତାବ ଖାରଜ ଖାଇଥିଲା । ଏହାପରେ ବିଲ୍ ପାସ୍ କରିବା ପାଇଁ ଭୋଟ୍ ଡିଭିଜନ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.