ବିନା ପ୍ରତିଦ୍ବନ୍ଦିତାରେ ରାଜ୍ୟସଭା ଗଲେ ୫ ରାଜ୍ୟର ୧୮ଜଣ ପ୍ରାର୍ଥୀ : କଂଗ୍ରେସ ଶାସିତ ରାଜ୍ୟରେ ଜାରି ରହିଛି ଛକାପଞ୍ଝା

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୦୩ : ବୁଧବାର ଦିନ ୫ଟି ରାଜ୍ୟରେ ୧୮ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ଚୟନ କରାଯାଇଛି | ଏହି ୫ଟି ରାଜ୍ୟ ହେଲା, ଓଡିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା ଓ ହିମାଚଳ ପ୍ରଦେଶ | ଏହି ୧୮ ଜଣ ପ୍ରାର୍ଥୀ ବିଜେପି, କଂଗ୍ରେସ, ବିଜୁ ଜନତା ଦଳ, ଜନତା ଦଳ ଓ ରାଷ୍ଟ୍ରୀୟ ଜନତା ଦଳ ନେତା | ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ |

ବିହାର - ସୋମବାର ଦିନ ଜଣେ ଅଧିକାରୀ ଏକ ନିୟୁଜ ଏଜେନ୍ସିକୁ ସୂଚନା ଦେଇଥିଲେ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ବିହାରରୁ ୫ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା କାରଣ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ | ୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ଜନତା ଦଳ, ଜଣେ ରାଷ୍ଟ୍ରୀୟ ଜନତା ଦଳ ଓ ଆଉ ଜଣେ ବିଜେପି ପ୍ରାର୍ଥୀ ଥିଲେ |

ଆସନ୍ତା ଏପ୍ରିଲରେ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ସେଥିପାଇଁ ନିର୍ବାଚନ ହେବା ଆବଶ୍ୟକ | ବିହାରର ଏହିସବୁ ଆସନ ଜନତା ଦଳ ଓ ବିଜେପି ମହାମେଣ୍ଟର | ଜନତା ଦଳ ପ୍ରାର୍ଥୀ ହରିବଂଶ ଓ ରାମନାଥ ଠାକୁର ଥିଲେ | ହରିବଂଶ ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ଅଛନ୍ତି |

ହରିୟାଣା - ବିଜେପିର ଦୁଇଜଣ ପ୍ରାର୍ଥୀ ହେଲେ ରାମଚନ୍ଦ୍ର  ଜାଙ୍ଗଡା ଓ ଦୁଷ୍ମନ୍ତ କୁମାର ଗୌତମ | କଂଗ୍ରେସ ପ୍ରାର୍ଥୀ ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ହରିୟାଣାରୁ ରାଜ୍ୟସଭା ପାଇଁ ଚୟନ କରାଯାଇଛି | ରିଟର୍ଣ୍ଣିଙ୍ଗ ଅଧିକାରୀ ଅଜିତ ବାଲାଜୀଙ୍କୁ ମଧ୍ୟ ରାଜ୍ୟସଭା ସଦସ୍ୟ ପାଇଁ ନିର୍ବାଚିତ ଘୋଷଣା କରାଯାଇଛି | ଗତବର୍ଷ ବିଧାନସଭା ନିର୍ବାଚନରେ ରାମ କୁମାର କଶ୍ୟପଙ୍କୁ ବିଧାୟକ ଚୟନ କରାଯାଇଥିଲା | ଏହାପରେ ରାଜ୍ୟସଭାର ଦୁଇଟି ସିଟ ଖାଲି ପଡିଥିଲା | ଆସନ୍ତା ମାସରେ କଂଗ୍ରେସ ନେତ୍ରୀ ଶୈଳଜାଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଯିବ |

ହିମାଚଳ ପ୍ରଦେଶ - ବିଜେପି ମହିଳା ମୋର୍ଚ୍ଚାର ପୂର୍ବତ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଇନ୍ଦୁ ଗୋସ୍ୱାମୀଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ପାଇଁ ଚୟନ କରାଯାଇଛି | ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ରାଜ୍ୟ ବିଜେପି ମୁଖ୍ୟ ରାଜୀବ ବିନ୍ଦଲ ଓ ଶିକ୍ଷାମନ୍ତ୍ରୀ ସୁରେଶ ଭରଦ୍ୱାଜଙ୍କ ସମେତ ଇନ୍ଦୁ ଗୋସ୍ୱାମୀଙ୍କୁ ରାଜ୍ୟ ବିଧାନସଭା ସଚିବ ଯଶପାଳ ଶର୍ମା ଉଚ୍ଚ ସଦନ ପାଇଁ ନିର୍ବାଚିତ କରିଛନ୍ତି |

ପଶ୍ଚିମବଙ୍ଗ - ତୃଣମୂଳ କଂଗ୍ରେସର ୪ ପ୍ରାର୍ଥୀ ଓ ସିପିଆଇଏମର ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭା ଆସନ ପାଇଁ ନିର୍ବିରୋଧ ଭାବେ ନିର୍ବାଚିତ କରାଯାଇଛି | ତୃଣମୂଳ କଂଗ୍ରେସର ଅର୍ପିତା ଘୋଷ, ଦୀନେଶ ତ୍ରିବେଦୀ, ସୁବ୍ରତ ବକ୍ସି ଓ ମୋସିମ ନୁରଙ୍କୁ ନିର୍ବାଚିତ କରାଯାଇଛି | କଂଗ୍ରେସର ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟଙ୍କୁ ଉଚ୍ଚ ସଦନ ପାଇଁ ନିର୍ବାଚିତ କରାଯାଇଛି |

ଓଡିଶା - ସୂଚନାନୁଯାୟୀ, ରାଜ୍ୟସଭା ପାଇଁ ବିଜୁ ଜନତା ଦଳର ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରାଯାଇଛି | ବିଜୁ ଜନତା ଦଳ ବିପକ୍ଷରେ ବିଜେପି କିମ୍ବା କଂଗ୍ରେସ କୌଣସି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ନଥିଲା | ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶା ରାଜ୍ୟସଭା ସଚିବ ତଥା ରିଟର୍ଣ୍ଣିଙ୍ଗ ଅଫିସର ଦାଶରଥି ଶତପଥୀ ବିଜୁ ଜନତା ଦଳର ୪ଜଣ ପ୍ରାର୍ଥୀଙ୍କୁ ନାଁ ଘୋଷଣା କରିଛନ୍ତି |

ସେହି ୪ଜଣ ପ୍ରାର୍ଥୀ ହେଲେ, ସୁଭାଷ ସିଂହ, ମୁନ୍ନା ଖାନ, ସୁଜିତ କୁମାର ଓ ମମତା ମହନ୍ତ | ଏହାଛଡା ଆବଶ୍ୟକୀୟ ୧୦ ଜଣ ପ୍ରସ୍ତାବକ ବିଧାୟକ ନଥିବାରୁ ୪ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଖାରଜ କରାଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.