Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାଜ୍ୟରେ ୩୭୭ କ୍ୟାରେଣ୍ଟାଇନ୍ ସେଣ୍ଟରରେ ୩୨,୫୩୮ଶଯ୍ୟା : କରୋନା କଣ୍ଟ୍ରୋଲରେ ଥିଲେ ବି ଓଡିଶାର ୧୦ସ୍ଥାନ ସମ୍ବେଦନଶୀଳ

31/03/2020 at 7:31 PM

ଭୁବନେଶ୍ବର ୩୧।୦୧: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ୩୨ ହଜାର ୫୩୮ ଶଯ୍ୟା ବିଶିଷ୍ଟ ୩୭୭ କ୍ବାରାଣ୍ଟାଇନ ସେଣ୍ଟର କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିରରେ ୧୯ ହଜାର ୮୩୮ ଶ୍ରମଜୀବୀଙ୍କୁ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ନ ପାଇବାରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି। କାରଣ ସେମାନେ ଶୃଙ୍ଖଳାର ସହିତ ଲକ୍ ଡାଉନକୁ ମାନିଛନ୍ତି। ସେହିପରି ଛୋଟ ଛୋଟ ପିଲାଙ୍କର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

ସେପଟେ ରାଜ୍ୟ ସରକାର ଯେଉଁସବୁ ତଥ୍ୟ ରଖିଛନ୍ତି ଏଥିରେ କହିଛନ୍ତି ବିଶ୍ବରେ ଯେଉଁଠାରେ କରୋନା ବ୍ୟାପିଛି ସେଠାରେ ଜନସଂଖ୍ୟା ଘନତ୍ବ ଅଧିକ ରହିଛି। ସେ ଦୃଷ୍ଟିରେ ଦେଖିଲେ ଓଡ଼ିଶାର ୧୦ଟି ସ୍ଥାନ ସମ୍ବେଦନଶୀଳ ରହିଛି। ଏ ମଧ୍ୟରେ ସବୁଠାରୁ ଆଗରେ ରହିଛି ପୂରୀ ତାପଛକୁ ଭୁବନେଶ୍ବର। ସେହପରି ଜୟପୁର ଭଳି ଛୋଟ ସହରରେ ମଧ୍ୟ ଜନସଂଖ୍ୟା ଘନତ୍ବ ରୋମଠାରୁ ଅଧିକ। ତେଣୁ ଲୋକେ ସତର୍କ ରହିବା ଲାଗି ରାଜ୍ୟ ସରକାର ଅପିଲ କରିଛନ୍ତି। ଲକଡାଉନ ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବାର ନଜରକୁ ଆସିଛି। ଏଭଳି ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସରକାର।

   Related Posts