ଘରମୁହାଁ ଶ୍ରମିକଙ୍କୁ ସୀମାରେ ଅଟକାଅ, ସେମାନଙ୍କର ରହିବା-ଖାଇବା ବ୍ୟବସ୍ଥା କର : ହାଇକୋର୍ଟ
29/03/2020 at 2:34 PM

କଟକ ୨୯।୦୩: ସାରାଦେଶରେ କରୋନା ମୁକାବିଲା ନେଇ ଲକ୍ଡାଉନ୍ ଘୋଷଣା କରାଯାଇଛି । ଯାହାଫଳରେ କି ବାହାର ରାଜ୍ୟ ଓ ଜିଲ୍ଲାକୁ କାମ କରିବାକୁ ଯାଇଥିବା ଶ୍ରମିକ ମାନେ ନିଜ ଘରକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହିସବୁ ଶ୍ରମିକ ମାନେ କିପରି ସୁରକ୍ଷିତ ରହିବେ ଓ ସମ୍ପୂର୍ଣ୍ଣ ସୁସ୍ଥ ଭାବରେ ନିଜ ଘରକୁ ଫେରିବେ , ସେହି ପ୍ରସଙ୍ଗରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ମାନ୍ୟବର ହାଇକୋର୍ଟ ରାଜ୍ୟ ଓ ଜିଲ୍ଲା ବାହାରେ ଅଟକିଥିବା ଶ୍ରମିକଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ରାଜ୍ୟ କିମ୍ବା ଜିଲ୍ଲା ସୀମାନ୍ତରେ ସମସ୍ତ ଶ୍ରମିକଙ୍କୁ ଅଟକାଇବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ଅଦାଲତ । ରାଜ୍ୟ ସରକାରଙ୍କୁ ମାନ୍ୟବର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି , ଜିଲ୍ଲା ତଥା ରାଜ୍ୟ ସୀମାରେ ଆସୁଥିବା ଶ୍ରମିକମାନଙ୍କୁ ଅଟକାଯିବା ସହ ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା କରାଯାଉ । ଆବଶ୍ୟକ ସ୍ଥଳେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।