Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବୈପାରୀଗୁଡାରେ ବିଜେପି ପାଇଁ ଭୋଟ ମାଗିଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଓ ହରି ମହାପାତ୍ର

6/04/2019 at 8:09 PM

ଜୟପୁର ୬|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୯ ତାରିଖ ଦିନ ସରିଯିବ ପ୍ରଚାର।ହାତରେ ପ୍ରଚାର ପାଇଁ ଆଉ ଦିନ କେଇଟା ଥିବା ବେଳେ ସବୁ ଭୋଟରଙ୍କ ପାଖରେ ପହିଁଚିବାକୁ ହେବ।ସେଥିପାଇଁ କୋରାପୁଟ ବିଜେପି ତରଫରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। ଆଜି କୋରାପୁଟ ନିର୍ବାଚନମଣ୍ଡଳିରେ ବୈପାରୀଗୁଡାଠାରେ ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଓ ହରି ମହାପାତ୍ର ସାଧାରଣ ସଭାରେ ଯୋଗ ଦେଇ ବିଜେପି ପାଇଁ ଭୋଟ ମାଗିଥିଲେ।

ଏହି ଦୁଇ ହାସ୍ୟ ଅଭିନେତା ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ହିଁ ବିକାଶ ସମ୍ଭବ ଓ ଦେଶ ସୁରକ୍ଷିତ ବୋଲି କହିବା ସହ ନିଜ ଅନ୍ଦାଜରେ ହାସ୍ୟ ଅଭିନୟ କରି ଭୋଟରଙ୍କୁ ଆକର୍ଶିତ କରିବାକୁ ଉଦ୍ୟମ କରିଥିଲେ।ସେହିପରି ହରି ମହାପାତ୍ର ରାଜ୍ୟ ସରକାରଙ୍କ ତୃଟି ବଖାଣି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

   Related Posts