ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ବଜରଙ୍ଗ ଦଳର ପ୍ରମୁଖ ରାଜୁ ସିଂ ଗିରଫ

Published By : Prameya-News7 Bureau | June 21, 2020 IST

ରାଉରକେଲା୨୧/୬: ରାଜୁ ସିଂ ଓରଫ ରାଜେଶ ସିଂ ଗିରଫ । ଗୋରକ୍ଷା ପ୍ରମୁଖ ତଥା ବଜରଙ୍ଗ ଦଳର ପ୍ରମୁଖ ରାଜୁ ସିଂ କୁ ଗିରଫ କରିଛି ରାଉରକେଲା ପୋଲିସ। ଗତକାଲି ସନ୍ଧ୍ୟାରେ ବେଆଇନ ପିସ୍ତଲ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ୍। ରବିବାର ରାଉରକେଲା ପୋଲିସ ରାଜୁ ସିଂଙ୍କୁ କୋର୍ଟ ଚାଲାଣ କରିଛି ।

ଅନ୍ୟପଟେ ବଜରଙ୍ଗ ଦଳ ତଥା ରାଜୁ ସିଂଙ୍କ ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ, ରାଉରକେଲା ଏସ୍‌ପି ଉଦେଶ୍ୟ ମୂଳକ ଭାବରେ ମିଥ୍ୟା ମାମଲା ରୁଜୁ କରି ବେଆଇନ ଭାବରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଏସ୍‌ପି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସମ୍ଭାଳି ପାରୁ ନାହିଁ ବୋଲି ବଜରଙ୍ଗ ଦଳର କର୍ମକର୍ତ୍ତା କହିଛନ୍ତି। ତାସହ ନିର୍ଦ୍ଦିଷ୍ଟ  ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାକୁ ଯାଇ ରାଜୁ ସିଂଙ୍କୁ ମିଥ୍ୟା ମାମଲାରେ ଫଶାଇ ଦିଆଯାଇଛି। ଏହି ମିଥ୍ୟା ମାମଲା ସହ ବେଆଇନ ଗିରଫକୁ ନେଇ ଅଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.