Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରାଜସ୍ଥାନ ରୟାଲ୍ସ ହାତ ଛାଡ଼ୁଛନ୍ତି ବିଦେଶୀ ଖେଳାଳି, ଅନ୍ୟ ଫ୍ରାଞ୍ଚାଇଜ୍‌ରୁ ଉଧାର ଆଣିବାକୁ ଯୋଜନା କରୁଛି ଟିମ୍‌

26/04/2021 at 9:30 PM

ନୂଆଦିଲ୍ଲୀ ୨୬/୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ -୨୦୨୧ରେ  ୩ଟି ମ୍ୟାଚ୍‌ ହାରିଥିବା ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ମୁସକିଲ୍‌ ବଢ଼ିବାରେ ଲାଗିଛି। ଟିମର ଏକାଧିକ ବିଦେଶୀ ଖେଳାଳି ଟିମ୍‌ର ହାତ ଛାଡ଼ିଦେଇଛନ୍ତି। ସେଥିପାଇଁ ଟିମ୍‌ ପାଖରେ ଏ​‌ବେ କେବଳ ୪ ଜଣ ବିଦେଶୀ ଖେଳାଳି ଅଛନ୍ତି।  ପଏଣ୍ଟ ଟେବୁଲ୍‌ରେ ଷଷ୍ଠ ସ୍ଥାନରେ ରହିଥିବା ରାଜସ୍ଥାନ ପାଖରେ ଜୋସ୍‌ ବଟଲର, ଡେଭିଡ୍‌ ମିଲର, କ୍ରିସ୍‌ ମୋରିସ୍ ଏବଂ ମୁସ୍ତାଫିଜୁର ରହମାନ ଅଛନ୍ତି।

ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକସ୍‌ ଏବଂ ଜୋଫ୍ରା ଆର୍ଚର ଆହତ ହେବା ପରେ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ଲିଆମ ଲିଭିଙ୍ଗଷ୍ଟୋନ୍‌ ‘ବାୟୋ ବବଲ୍‌’ରେ ଅସୁବିଧା ହେଉଥିବା ଅଭିଯୋଗ କରି ସ୍ବଦେଶ ଫେରିଯାଇଛନ୍ତି। ରବିବାର ଆଣ୍ଡ୍ର୍ୟୁ ଟାଇ ଭାରତରେ କୋଭଡି-୧୯ ସଂକ୍ରମଣ କାରଣ ଦର୍ଶାଇ ଫେରିଯାଇଛନ୍ତି। ଖେଳାଳି ଟିମ୍‌ ଛାଡ଼ିବା ପରେ ଆରଆର ଏବେ ବିଶେଷ ଭାବେ ପ୍ରଭାବିତ ହୋଇଛି।

ଟିମ୍‌ ସୁତ୍ରରୁ ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ, ଟିମ୍‌ ଏବେ ଉଧାର ଆକାରରେ ଖେଳାଳି ଆଣିବାକୁ ଯୋଜନା କରୁଛି। ଏନେଇ ଟିମ୍‌ ଅନ୍ୟ ଫ୍ରାଞ୍ଚାଇଜ୍‌କୁ ଚିଠି ଲେଖିଛି। କିନ୍ତୁ ଏନେଇ କିଛି ଧାର୍ଯ୍ୟ କରାଯାଇନାହିଁ। ଆଇପିଏଲ୍‌ରେ ଖେଳାଳି ଉଧାର ଆଣିବା ସମୟ (ଲୋନ୍‌ ଓ୍ବିଣ୍ଡୋ) ସୋମବାର ଆରମ୍ଭ ହୋଇଥିବା ବେଳେ ଏହା ଲିଗ୍‌ ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ।

ଆଇପିଏଲ୍‌ ନିୟମ ଅନୁସାରେ ଦୁଇରୁ କମ୍‌ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଉଧାର ଆଣିହେବ। କିନ୍ତୁ ସେ ନିଜର ଘରୋଇ ଫ୍ରାଞ୍ଚାଇଜ୍‌ ବିପକ୍ଷରେ ଖେଳିପାରିବେ ନାହିଁ। ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ୍‌ରୁ ଦୁଇଟିରେ ବିଜୟ ହାସଲ କରିଛି। ଗୁରୁବାର ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ ।

   Related Posts