ଜନସଂଖ୍ୟା ନିୟନ୍ତ୍ରଣ ସମର୍ଥନରେ ଗେହଲଟଙ୍କ ମନ୍ତ୍ରୀ, କହିଲେ- ‘ଆମେ ଦୁଇ ଆମର ଏକ’ର ସମୟ ଆସି ଯାଇଛି

Published By : Prameya-News7 Bureau | July 14, 2021 IST

ଜୟପୁର ୧୪/୭: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକରଙ୍କ ନୂଆ ଜନସଂଖ୍ୟା ନୀତିକୁ ଏବେ କଂଗ୍ରେସ ଶାସିତ ରାଜ୍ୟର ମନ୍ତ୍ରୀ ସମର୍ଥନ କରୁଥିବା ଜଣାପଡ଼ିଛି। ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ରଘୁ ଶର୍ମାଙ୍କ ପ୍ରତିକ୍ରିୟାରେ ଏହାର ଝଲକ ମିଳିଛି। ବର୍ଦ୍ଧିତ ଜନସଂଖ୍ୟା ଦେଶ ପାଇଁ ଚିନ୍ତାର କାରଣ ବୋଲି ରଘୁ ଶର୍ମା କହିଛନ୍ତି।

ଏବେଠୁ ଜନସଂଖ୍ୟା ନିୟନ୍ତ୍ରଣ କରି ଆଗାମୀ ପୀଢ଼ିଙ୍କୁ କେମିତି ଭଲ ସ୍ବାସ୍ଥ୍ୟ ସୁବିଧା ଏବଂ ଶିକ୍ଷା ମିଳିବ ସେନେଇ ପଦକ୍ଷେପ ନେବାକୁ ପଡ଼ିବ। ୩୦-୪୦ ବର୍ଷ ପୂର୍ବେ ନାରା ଥିଲା ଆମେ ଦୁଇ ଆମର ଦୁଇ ଏବେ କିନ୍ତୁ ଆମେ ଦୁଇ ଆମର ଏକର ସମୟ ଆସିଛି ବୋଲି  ମନ୍ତ୍ରୀ ଶର୍ମା କହିଛନ୍ତି।

ଏହା ପୂର୍ବରୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବିଜେପିକୁ ଏନେଇ ଟାର୍ଗେଟ କରିତିଲେ। ସେ କହିଥିଲେ, ସେହି ବିଜେପି ଯିଏ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଥିଲା। ୭୦ ଦଶକରେ ବିଜେପି ଏହାକୁ ସମର୍ଥନ କରିଥିଲେ ଦେଶରେ ଏବେ ଏତେ ଜନସଂଖ୍ୟ ବଢ଼ିନଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି।

ତେବେ ଯୋଗୀ ସରକାରଙ୍କ ନୂଆ ଜନସଂଖ୍ୟା ନୀତିକୁ ବିଜେପି ଶାସିତ ରାଜ୍ୟ ଖୋଲା ସମର୍ଥନ କରୁଥିବା ବେଳେ କଂଗ୍ରେସର ଅନେକ ନେତା ଏହାକୁ ଠିକ୍‌ ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.