Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏହି ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ

7/05/2021 at 8:17 AM

ଜୟପୁର, ୦୭/୦୫: ରାଜସ୍ଥାନରେ ବଢ଼ୁଥିବା କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏବେ ସରକାର କଡ଼ା ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଗେହଲଟ୍‌ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ଏହି ଲକ୍‌ଡାଉନ୍‌ ମେ ୧୦ ତାରିଖ ସକାଳ ୫ଟା ସମୟରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଲକ୍‌ଡାଉନ୍‌ ସମୟରେ ବିବାହ ଉପରେ ମେ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି । ରାଜସ୍ଥାନର ଗୃହ ବିଭାଗ ମଧ୍ୟ ରାତ୍ରରେ ଏନେଇ ଗାଇଡ୍‌ଲାଇନ୍‌ ଜାରି କରିଛି ।

ସରକାର ଜାରି କରିଥିବା ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ବିବାହ ସମୟରେ କୌଣସି ସମାରୋହ, ଡିଜେ, ବାରାତ କିମ୍ୱା ରିସେପ୍ସନକୁ ଅନୁମତି ଦିଆଯିବ ନାହିଁ । ବିବାହ କେବଳ ଘରେ ବା କୋର୍ଟରେ ହୋଇପାରିବ । ଏଥିପାଇଁ ବିବାହର ସମସ୍ତ ସୂଚନା ଡଓଆଇଟି ଦ୍ୱାରା ପ୍ରସ୍ତୁତ ପୋର୍ଟାଲ୍‌ରେ ଦିଆଯିବ । ଏଥିରେ କୌଣସି ସାଜସଜା କରିଯିବ ନାହିଁ କି ସାମୂହିକ ଭୋଜିଭାତର ଆୟୋଜନ ହେବ ନାହିଁ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ।

ଲକ୍‌ଡାଉନ୍‌ ସମୟରେ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳ ଖୋଲା ରହିବ ନାହିଁ । ଘରେ ରହି ଲୋକେ ପୂଜା ପଦ୍ଧତି କରିବାକୁ ସରକାର ନିବେଦନ କରିଛନ୍ତି । ଏହି ସମୟରେ ସାର୍ବଜୈନିକ ପରିବହନ ଯଥା- ବସ୍‌, ଅଟୋ, ଜିପ୍‌, ଆଦି ଯିବା ଆସିବା କରିପାରିବ ନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟବହୃତ ଗାଡ଼ି ଏବଂ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ମାଲ୍‌ ପରିବହନ ପାଇଁ ବ୍ୟବହୃତ ଗାଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି ।

   Related Posts