Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

୩୦୦୦ କୋଟି ଟଙ୍କା ବ୍ୟୟରେ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦେବେ ରାଜସ୍ଥାନ ସରକାର, ୧୮ ରାଜ୍ୟ କଲେ ବଡ଼ ଘୋଷଣା

25/04/2021 at 7:12 PM

ଜୟପୁର ୨୫/୪:  ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତିଙ୍କୁ ମିଳିବ କରୋନା ଟିକା। ଏଥିପାଇଁ କୋଓ୍ବିନ୍‌ ଏବଂ ଆରୋଗ୍ୟ ସେତୁ ଆପ୍‌ ମାଧ୍ୟମରେ ୨୮ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ। ପଞ୍ଜିକରଣ କଲେ ହିଁ ଟିକା ମିଳିବ। ଟିକା ନିର୍ମାତା କମ୍ପାନୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପାଇଁ ଟିକା ମୂଲ୍ୟ ନିର୍ଦ୍ଧାରଣ କରିଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ଟିକା ମାଗଣା​‌ରେ ଦେବେ ବୋଲି ଘୋଷଣା କରିଛନ୍ତି ।  

ପାଖାପାଖି ୧୭ ରାଜ୍ୟ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିବା ବେଳେ ଏବେ ରାଜସ୍ଥାନର ଗେହଲଟ ସରକାର ମାଗଣାରେ ନିଜ ରାଜ୍ୟର ଲୋକଙ୍କୁ ଟିକା ଦେବାକୁ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଟିକା ନେବାକୁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ୍‌ କରି ଲେଖିଛନ୍ତି, ରାଜସ୍ଥାନ ସରକାର ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ପାଖାପାଖି ୩୦୦୦ କୋଟି ଟଙ୍କା ବ୍ୟୟରେ ମାଗଣାରେ କୋଭିଡ୍‌ ଭ୍ୟାକସିନ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟ ଏକ ଟ୍ବିଟ୍‌ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ରାଜ୍ୟ ସରକାରଙ୍କ ଦାବି ଅନୁସାରେ ୪୫ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଭଳି ୧୮-୪୫ ବର୍ଷୀୟ ଲୋକଙ୍କ ଟିକକରଣ କେନ୍ଦ୍ର ସରକାର ମାଗଣା କରିଥିଲେ ଭଲ ହୋଇଥାନ୍ତା। ଏହା ଦ୍ବାରା ରାଜ୍ୟ ବଜେଟ୍‌ରେ କୌଣସି ଅସୁବିଧା ହୋଇନଥାନ୍ତା।’

 ଏହା ପୂର୍ବରୁ ୧୭ଟି ରାଜ୍ୟ ନିଜର ରାଜ୍ୟବାସୀଙ୍କୁ ମଗଣାରେ ଭ୍ୟାକସିନ୍ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟ ପ୍ରଦେଶ, କେରଳ, ଛତିଶଗଡ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଗୋଆ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ,  ହରିୟାଣା, ତେଲେଙ୍ଗାନା, ଆସାମ, ସିକ୍କିମ୍, ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଭ୍ୟାକସିନ୍ ଦେବାକୁ ଘୋଷଣା କରିସାରିଛନ୍ତି ।

   Related Posts