Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଜେଲରେ ଏହିପରି ସମୟ ବିତାଉଛନ୍ତି ରାଜପାଲ ଯାଦବ : ପାଲଟିଛନ୍ତି କଏଦୀଙ୍କ ହୀରୋ

10/01/2019 at 11:25 AM

ମୁମ୍ବାଇ ୧୦/୧: ବଲିଉଡ ହାସ୍ୟ ଅଭିନେତା ରାଜପାଲ ଯାଦବ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଅନେକ ଫିଲ୍ମରେ କମେଡ଼ି ରୋଲ୍ କରି ଦର୍ଶକଙ୍କ ମନ ଜିଣିଥିବା ରାଜପାଲ୍ ଯାଦବ ଏବେ ଜେଲରେ । ଚେକ୍ ବାଉନ୍ସ ହୋଇଥିବା ମାମଲାରେ ଦଣ୍ଡ ଭୋଗୁଥିବା ରାଜପାଲ ଏବେ ତାଙ୍କ ସାଥି କଏଦୀମାନଙ୍କ ସହ ମନୋରଞ୍ଜନ କରି ସମୟ ଅତିବାହିତ କରୁଛନ୍ତି। ରାଜପାଲ ନିକଟରେ ଜେଲରେ କବି ସମ୍ମେଳନ କାର୍ଯ୍ୟକ୍ରମରେ ହାସ୍ୟ ଅଭିନୟ କରିଥିଲେ।

ଜେଲର ଏକ ଅଧିକାରୀଙ୍କ କହିବା ଅନୁସାରେ ରାଜପାଲ ଯାଦବ ଚମତ୍କାର ହାସ୍ୟ ଅଭିନୟ କରି ସବୁ କଏଦୀଙ୍କୁ ହସାଇ ବେଦମ୍ କରିଥିଲେ। ଏହି ଷ୍ଟେଜ ଶୋ ରେ ଅନ୍ୟ ହାସ୍ୟ କଳାକାରମାନେ ମଧ୍ୟ ଆସିଥିଲେ କିନ୍ତୁ ରାଜପାଲ ଯାଦବ ଯେପରି ସମସ୍ତଙ୍କୁ ହସାଇଥିଲେ ଅନ୍ୟମାନେ ସେହିପରି ନଥିଲେ।

ଏହି ଜେଲରେ ବଡ଼ ବଡ଼ ରାଜନେତା,କ୍ରିକେଟର,ଗ୍ୟାଙ୍ଗଷ୍ଟାର ଏବଂ ଆତଙ୍କବାଦୀ ଆସିଛନ୍ତି କିନ୍ତୁ ଦୀର୍ଘ ଦିନ ପରେ ଜଣେ ଅଭିନେତା ଆସିଲେ।

ରାଜପାଲ ଯାଦବ ସମସ୍ତ କଏଦୀଙ୍କ ସହ ଭଲ ବ୍ୟବହାର କରୁଛନ୍ତି ଏବଂ ମଞ୍ଚରେ ରାଜପାଲ ଯାଦବଙ୍କୁ ଦେଖି ସବୁ କଏଦୀ ଖୁସି ଅଛନ୍ତି। ସେ ଖ୍ରୀଷ୍ଟମାସରେ ମଧ୍ୟ ଏକ ନାଟକ ପ୍ରସ୍ତୁତ କରିଥିଲେ। କଏଦୀମାନେ ଏହି ନାଟକ କରିବାକୁ ତାଙ୍କୁ କହିଥିଲେ।

ରାଜପାଲ ନିଜ କ୍ୟାରିୟର ଆରମ୍ଭରୁ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ରାଜପାଲଙ୍କ କମ୍ପାନୀ ଏକ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ୫କୋଟି ଟଙ୍କାର ଲୋନ୍ ନେଇଥିଲା କିନ୍ତୁ ଏହି ଲୋନକୁ ରାଜପାଲ ସୁଝିପାରିନଥିଲେ । ଫଳରେ କୋର୍ଟ ତାଙ୍କୁ ଡିସେମ୍ବର ୧ ତାରିଖରେ ୩ମାସର ଦଣ୍ଡ ଶୁଣାଇଥିଲେ। ସେଥିପାଇଁ ତାଙ୍କୁ ତିହାର ଜେଲ୍ ଯିବାକୁ ପଡ଼ିଥିଲା। ୨୦୧୦ ମସିହାରେ ରାଜପାଲ ‘ଅତା ପତା ଲାପତା’ ଫିଲ୍ମରୁ ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିବା ପାଇଁ ଏହି କରଜ ଲୋନ୍ ହିସାବରେ ନେଇଥିଲେ।   

   Related Posts