ରଜନୀକାନ୍ତ CAA ସପକ୍ଷରେ , କହିଲେ ନୂଆ ନାଗରିକତା ଆଇନ ନୁହେଁ ମୁସଲିମ୍ ବିରୋଧୀ
5/02/2020 at 7:16 PM

ନୂଆଦିଲ୍ଲୀ ୦୫।୦୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ବିରୋଧ ଜାରି ଥିବା ବେଳେ ତାମିଲ ସୁପରଷ୍ଟାର ରଜନୀକାନ୍ତ ବଡ଼ ବୟାନ ଦେଇଛନ୍ତି । ରଜନୀକାନ୍ତ ନାଗରିକତା ସଂଶୋଧନ ଆଇନକୁ ସଂଶୋଧନ କରି କହିଛନ୍ତି ଏହି ଆଇନ ଦ୍ବାରା ମୁସଲମାନମାନଙ୍କୁ କୌଣସି ବିପଦ ଆସିବ ନାହିଁ । ସେହିପରି ଏନପିଆର ସମର୍ଥନରେ କହିଛନ୍ତି ଦେଶ ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
ସଂଶୋଧନ ନାଗରିକତ୍ୱ ଆଇନର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଆଇନ ଦ୍ୱାରା ମୁସଲମାନଙ୍କୁ କୌଣସି ବିପଦ ନାହିଁ । ଅନ୍ୟପଟେ, ରଜନୀକାନ୍ତ ଏନପିଆରର ସମର୍ଥନ କରିଛନ୍ତି ଏବଂ କହିଛନ୍ତି ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା ଅତ୍ୟନ୍ତ ଆବଶ୍ୟକୀୟ । ରଜନୀକାନ୍ତ କହିଛନ୍ତି କେନ୍ଦ୍ର ସରକାର ଆଶ୍ୱାସନ ଦେଇଛନ୍ତି ଯେ ଭାରତୀୟ ଲୋକଙ୍କୁ ସିଏଏରୁ କୌଣସି ଅସୁବିଧା ହେବ ନାହିଁ । ସେ ଅଭିଯୋଗ ଲଗାଇଛନ୍ତି ଯେ କିଛି ରାଜନୈତିକ ଦଳ ନିଜର ସ୍ୱାର୍ଥ ହିତ ଉଦ୍ଦେଶ୍ୟରେ ସିଏଏ ବିରୋଧରେ ଲୋକଙ୍କୁ ଉସକାଉଛନ୍ତି । ସେ ଏହି ଆଇନର ବିରୋଧରେ ହେଉଥିବା ପ୍ରଦର୍ଶନ ଲାଗି ଧାର୍ମିକ ନେତାମାନଙ୍କୁ ଦାୟୀ କରିଛନ୍ତି ଏବଂ ଏହାକୁ ଅତି ଖରାପ କହିଛନ୍ତି । ଏହାସହ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ମୁସଲମାନଙ୍କୁ କିପରି ଦେଶରୁ ବାହାର କରାଯାଇ ପାରିବ, ଯେଉଁମାନେ ନିଜେ ବିଭାଜନ ସମୟରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କୁ କିପରି ଦେଶ ବାହାରକୁ ବାହାର କରାଯିବ ।