ଥଲାଇବାଙ୍କ ସୁସ୍ଥ କାମନା କରି ବିଶେଷ ପୂଜାର୍ଚ୍ଚନା: ପ୍ରଶଂସକ ଭାଙ୍ଗିଲେ ୧୦୮ ନଡ଼ିଆ, ଭୂଇଁରେ ପରଶି ଖାଇଲେ ଭୋଜନ

Published By : Prameya-News7 Bureau | October 31, 2021 IST

ଚେନ୍ନାଇ ୩୧/୧୦ : ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ ରବିବାର ଦିନ ତାମିଲନାଡୁର ମଦୁରାଇ ଜିଲ୍ଲା ଥିରୁପଙ୍କେନ୍ଦ୍ରମ୍ ମୁରୁଗନ ମନ୍ଦିରରେ ଅଭିନେତାଙ୍କ ସ୍ୱାସ୍ଥ୍ୟ କାମନା କରି ବିଶେଷ ପୂଜାର୍ଚ୍ଚନା କରିଛନ୍ତି। ପ୍ରଶଂସକ ୧୦୮ ନଡ଼ିଆ ଭାଙ୍ଗି ଓ 'ମନ ସୋରୁ' (ଭୂଇଁରେ ଖାଦ୍ୟ ପରଶି ଖାଇବା) ଏକ ବିଶେଷ ରୀତିନୀତିରେ ପୂଜା କରିଛନ୍ତି। ଏହି ପୂଜାରେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'ଅନ୍ନାତ୍ଥେ'ର ସଫଳତା ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି।

ରଜନୀକାନ୍ତଙ୍କ ପ୍ରଶଂସକ କୁମାରବେଲ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, 'ଦୁଇ ଦିନ ପୂର୍ବରୁ ଆମ ସୁପରଷ୍ଟାର ଥଲାଇବାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆମେ ଜାଣିବାକୁ ପାଇଛୁ। ଆମେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରି ଓ ଫିଲ୍ମର ସଫଳତା ପାଇଁ ସାମୁହିକ ପ୍ରାର୍ଥନା କରୁଛୁ।'

ଏହା ପୂର୍ବରୁ ୨୦୧୮ ରେ ତାଙ୍କ ଫିଲ୍ମ ୨.୦ ର ସଫଳତା ପାଇଁ ପ୍ରଶଂସକ 'ମନ ସୋରୁ' ପୂଜା ରୀତିନୀତି କରିଥିଲେ। ୨୦୨୦ ରେ ମଧ୍ୟ ରଜନୀକାନ୍ତଙ୍କ ଫିଲ୍ମ ଦରବାର ରିଲିଜ ହେବାବେଳେ ମଧ୍ୟ ଏହି ରୀତି କରାଯାଇଥିଲା। ଏହି ବିଶେଷ ରୀତିନୀତିରେ ଅନ୍ନ ଓ ଅନ୍ୟାନ୍ୟ ବ୍ୟଞ୍ଜନ କୌଣସି ଥାଳି ବା ପତ୍ରରେ ନ ପରଶି ଭୂଇଁରେ ପରଶା ଯାଇଥାଏ। ଏହାପରେ ପୂଜା ପାଇଁ ସଂକଳ୍ପ ନେଇଥିବା ବ୍ୟକ୍ତି ଏହାକୁ ଭୋଜନ କରନ୍ତି।

ସୂଚନାଯୋଗ୍ୟ ଯେ, ରଜନୀକାନ୍ତଙ୍କୁ ଗୁରୁବାର ଦିନ ଚେନ୍ନାଇ ସ୍ଥିତ କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଦିନ ତାଙ୍କର କାରୋଟିଡ୍ ଧମନୀର ସର୍ଜରୀ ହୋଇଛି। କାଭେରୀ ହସ୍ପିଟାଲ ଦ୍ୱାରା ଜାରି ଏକ ମେଡିକାଲ ବୁଲେଟିନ ଅନୁସାରେ, ସର୍ଜରୀ ପରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏହି ସର୍ଜରୀ ଜରିଆରେ ତାଙ୍କ ମସ୍ତିସ୍କରେ ସାମାନ୍ୟ ରକ୍ତ ପ୍ରବାହକୁ ପୁନଃ ସ୍ଥାପିତ କରିବାକୁ କାରୋଟିଡ୍ ଧମନୀ ଭିତରୁ ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.