ଫେବୃଆରୀ ୧୧ ତାରିଖରେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା କରିବେ ୨ୟ ବିବାହ, ଅଧିକ ସୁରକ୍ଷା ମାଗିଲେ ରଜନୀକାନ୍ତ
4/02/2019 at 8:55 PM

ଚେନ୍ନାଇ ୪/୨- ଆସନ୍ତା ଫେବୃଆରୀ ୧୧ ତାରିଖରେ ୨ୟ ବିବାହ କରିବେ ରଜନିକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା । ଗ୍ରାଫିକ ଡ଼ିଜାଇନରୁ କ୍ୟାରିୟର କରିଥିବା ସୌନ୍ଦର୍ଯ୍ୟା ତାମିଲ ସିନେମାରେ ଅଭିନୟ କରି ବେଶ ଚର୍ଚ୍ଚାରେ ଅଛନ୍ତି ।
୨୦୧୦ ମସିହାରେ ଶିଳ୍ପପତି ଅଶ୍ଵନି ରାମକୁମାରଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୬ ମସିହାରେ ତାଙ୍କ ବିବାହ ବିଚ୍ଚେଦ ଘଟିଥିଲା । ପ୍ରଥମ ସ୍ଵାମୀଙ୍କ ଠାରୁ ପୁଅଟିଏ ମଧ୍ୟ ଜନ୍ମ କରିଥିଲେ । ଏବେ ପୁଣି ଆଉଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ।
ଫେବୃଆରୀ ୧୦ ତାରିଖରେ ମେରେଜ ଫଙ୍କସନ, ୧୧ ତାରିଖରେ ବାହାଘର ଓ ୧୨ ତାରିଖରେ ରିସେପସନ ହେବା କଥା ଜଣାପଡ଼ିଛି ।
ବିବାହ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ତାମିଲନାଡ଼ୁ ସେ ଅନୁରୋଧ କରିଛନ୍ତି ।
ସୌନ୍ଦର୍ଯ୍ୟା ଟ୍ଵିଇଟ ମାଧ୍ୟମରେ ଏହି କଥା ଜଣାଇଛନ୍ତି ।