ରିଳିଜ୍ ହେଲା ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ପ୍ରଥମ ଗୀତ 'ତୁ ହି ରେ' ; ୨୪ ଘଣ୍ଟାରେ ଦେଖିଲେ ୫୦ ଲକ୍ଷ ଦର୍ଶକ

Published By : Prameya-News7 Bureau | November 25, 2018 IST

ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ପ୍ରଥମ ଗୀତ 'ତୁ ହି ରେ' ରିଳିଜ୍ ହୋଇଛି । ଗୀତକୁ ତାମିଲ୍ ଓ ହୀନ୍ଧୀ ଭାଷାରେ ରିଲିଜ୍ କରାଯାଇଛି । ମାତ୍ର ୨୪ ଘଣ୍ଟାରେ ଗୀତକୁ ଦେଖିଲେଣି ୫୦ ଲକ୍ଷ ଦର୍ଶକ।  ଯେଉଁଠି ରଜନୀକାନ୍ତ ସେଠି ପସନ୍ଦ କିଛି ଅଲଗା । ଆସିଛି ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ୨.୦ର ପ୍ରଥମ ଗୀତ। ଗୀତ ରେ ରଜନୀକାନ୍ତଙ୍କ ରୋବୋଟିକ୍ ଡ୍ୟାନ୍ସ ଦେଖିବାକୁ ମିଳିଛି। ମନେ ଥାଇପାରେ ରଜନୀକାନ୍ତଙ୍କ ରୋବୋଟ ଫିଲ୍ମର ଝଲକ ଏଥିରେ ଦେଖିବାକୁ ମିଳିଛି। କାରଣ ରଜନୀକାନ୍ତଙ୍କ କିଟ୍ ଲୁକ୍ ଏଥିରେ ରିପିଟ୍ କରାଯାଇଛି । ଏହି ଗୀତଟି ସୋସିଆଲ ମେଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଢ଼େଇ ମିନିଟ୍ ର ଏହି ଗୀତରେ ରୋବଟର ରୋମାନ୍ସକୁ ଦେଖାଯାଇଛି । ରଜନୀକାନ୍ତ ଏବଂ ଅଭିନେତ୍ରୀ ଆମି ଜ୍ୟାକ୍ସନଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତର ହିନ୍ଦି ଭସର୍ନଙ୍କୁ ଗାଇଛନ୍ତି ଅରମାନ ମଲ୍ଲୀକ, ଶାଶା ତିରୁପତି । ଆବାସ ତାୟରାୱାଲାଙ୍କ ଲେଖାରେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି ଏ ଆର ରେହମାନ । ଫିଲ୍ମର ରଜନୀକାନ୍ତଙ୍କ ଅପୋଜିଟରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ। ଏସ ଶଙ୍କର ଫିଲ୍ମର ନିର୍ଦେଶନା ଦେଇଥିବାବେଳେ ସୁବାସକରନ ଏହାର ପ୍ରଯୋଜନା କରିଛନ୍ତି । ନଭେମ୍ବର ୨୯ରେ ପରଦାକୁ ଆସିବ ଫିଲ୍ମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.