ବଡ଼ ହିରୋଇନଙ୍କ ପାଇଁ ମୋତେ ଆଉଟ୍ କରିଥିଲେ ପ୍ରଡ୍ୟୁସର : ବଲିଉଡ ଝଟକା ନେଇ ମୁହଁ ଖୋଲିଲେ ମଡେଲ୍ ଟର୍ଣ୍ଣଡ୍ ଆକ୍ଟର ରଜନୀଶ

Published By : Prameya-News7 Bureau | June 24, 2020 IST

ମୁମ୍ବାଇ ୨୪/୬: ‘ଡେଞ୍ଜରସ୍‌ ଇସ୍କ’ ଏବଂ ‘୧୯୨୦’ ଭଳି ଫିଲ୍ମ କରି ସାରିଥିବା ଅଭିନେତା ରଜନୀଶ ଦୁଗ୍ଗଲ୍ ବଲିଉଡରେ ନିଜ ପ୍ରାରମ୍ଭିକ ଦିନକୁ ମନେ ପକାଇ କହିଛନ୍ତି ଯେ ତାଙ୍କୁ ବଲିଉଡରେ ଏଥିପାଇଁ ବାହାର ହେବାକୁ ପଡ଼ିଥିଲା କାରଣ ଏହି ଫିଲ୍ମରେ ଜଣେ ବଡ଼ ହିରୋଇନ୍ କାମ କରୁଥିଲେ ଯିଏ ଆଜି ଆନ୍ତର୍ଜାତୀୟ ଷ୍ଟାର୍ ଏବଂ ସେ କୌଣସି ନବାଗତଙ୍କ ସହ କାମ କରିବାକୁ ଚାହୁଁନଥିଲେ ଏଥିପାଇଁ ତାଙ୍କୁ ଫିଲ୍ମ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଫିଲ୍ମରୁ ବାହାର ହେବାକୁ ପଡ଼ିଥିଲା।

{"id":290827,"width":588,"height":368,"sizeSlug":"large"}

ରଜନୀଶ କହିଥିଲେ ଯେ ସେତେବେଳେ ସେ ବଲିଉଡରେ ନଥିଲେ। ସେ ସୁପରମଡେଲ୍ ଥିଲେ ଏବଂ ଫିଲ୍ମନିର୍ମାତା ତାଙ୍କୁ ଫିଲ୍ମ ପାଇଁ ଫାଇନାଲ୍ କରି ନେଇଥିଲେ। ସେ ସେହି ଫିଲ୍ମ ପାଇଁ ଆକ୍ଟିଂ କ୍ଲାସ୍ ,ଓ୍ବାର୍କଶପ୍ ପୂରା ପ୍ରସ୍ତୁତି ସହ ନେଇଥିଲେ। ସେ ସେହି ଫିଲ୍ମ ପାଇଁ ୩ମାସ କାମ କରିଥିଲେ ଏବଂ ୧୦ଦିନ ମଧ୍ୟରେ ଫିଲ୍ମ ଆରମ୍ଭ ହେବାକୁ ନେଇ ଉତ୍ସାହିତ ଥିଲେ। କିନ୍ତୁ ଦିନେ ହଠାତ୍ ତାଙ୍କୁ ରାତିରେ ଫୋନ୍ ଆସିଥିଲା ଏବଂ ତାଙ୍କୁ ଶୀଘ୍ର ଅଫିସ୍ ଆସିବାକୁ କୁହାଯାଇଥିଲା। ତାଙ୍କୁ କୁହାଯାଇଥିଲା ଯେ ଫିଲ୍ମର ହିରୋଇନଙ୍କୁ ଲାଗୁଛି ଯେ ସେ ନବାଗତଙ୍କ ସହ କାମ କରିବେ ନାହିଁ ଏଥିପାଇଁ ତାଙ୍କୁ ସେମାନେ ଫିଲ୍ମରେ ନେଇ ପାରିବେ ନାହିଁ। ସେହି ସମୟରେ ସେ ବଲିଉଡରେ ନୂଆ ଥିଲେ ତେଣୁ କହିଥିଲେ ଯେ ହୀରୋଇନ୍ ବଦଳାଇ ଦିଅନ୍ତୁ।

{"id":290828,"sizeSlug":"large"}

ରଜନୀଶଙ୍କ କଥାରୁ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିଲା ଯେଉଁଥିରେ କୁହାଯାଉଛି ଯେ ବଲିଉଡର ଲୋକେ ଛୋଟ କଳାକାର ଏବଂ ଟିଭି କଳାକାରଙ୍କୁ ବୁଲି କରିଥାନ୍ତି ଏବଂ ତାଙ୍କୁ ଆଭଏଡ କରନ୍ତି।

{"id":290829,"sizeSlug":"large"}

ଖୁବ୍ ଶୀଘ୍ ରଣବୀର ସିଂହଙ୍କ ଫିଲ୍ମ ବାଜିରାଓ ମସ୍ତାନୀର ମ୍ୟୁଜିକାଲ୍ ପ୍ଲେରେ ରଜନୀଶ ଦୁଗ୍ଗଲ୍ ନଜର ଆସିବେ ଯାହାକୁ ନେଇ ସେ ବେଶ୍ ଉତ୍ସାହିତ ଅଛନ୍ତି।ଏହା ସହିତ ସେ ନିଜ ଫିଲ୍ମ ‘ମଣ୍ଡଲି’ ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଲକଡାଉନ୍ ପୂର୍ବରୁ ସେ ଏହାର ସୁଟିଂ ସାରି ଦେଇଥିଲେ।

{"id":290830,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.