ଏଲଏସିରେ ଉତ୍ତେଜନା ମଧ୍ୟରେ ରାଜନାଥଙ୍କ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବୈଠକ
4/09/2020 at 10:48 PM

ମସ୍କୋ ୦୪।୦୯: ଭାରତ ଓ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଜାରି ଉତ୍ତେଜନା ସମୟରେ ଦୁଇ ଦେଶ ମଧ୍ୟରେ ସବୁଠୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମସ୍କୋର ମେଟ୍ରୋପୋଲ ହୋଟେଲ୍ରେ ନିଜର ଚୀନୀ ପ୍ରତିପକ୍ଷ ଓ୍ଵେଇ ଫେଙ୍ଘେଙ୍କ ସହ ବୈଠକ କରିଛନ୍ତି। ଦୁଇ ନେତା ସଂପ୍ରତି ସାଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସସିଓ) ବୈଠକ ପାଇଁ ରୁଷ ପହଞ୍ଚିଛନ୍ତି।
ବିଶେଷ କରି ନିଜର ସମ୍ବୋଧନରେ ରାଜନାଥ କହିଛନ୍ତି ନିଜ ଆଞ୍ଚଳିକ ଓ ଶାନ୍ତି ପାଇଁ କୌଣସି ଦେଶକୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବା ଠିକ୍ ନୁହେଁ। ସେ ଏହି କଥା ଫେଙ୍ଘେଙ୍କ ଉପସ୍ଥିତିରେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ଭାରତ ଓ ଚୀନ ମଧ୍ୟରେ ଜାରି ଉତ୍ତେଜନା ସମୟରେ ଆସିଛି। ଦୁଇ ଦେଶ ଆଠ ସଦସ୍ୟ ଆଞ୍ଚଳିକ ସମୂହର ସଦସ୍ୟ। ଏହି ସଂଗଠନ ମୁଖ୍ୟତଃ ସୁରକ୍ଷା ଓ ପ୍ରତିରକ୍ଷା ସମ୍ବନ୍ଧିତ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଥାଏ। ରାଜନାଥ ନିଜର ସମ୍ବୋଧନରେ ଦ୍ଵିତୀୟ ବିଶ୍ଵ ଯୁଦ୍ଧକୁ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଏହାର ସ୍ମୃତି ଦୁନିଆକୁ ଉଚିତ୍ ଶିକ୍ଷା ଦେଇଥାଏ। ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ଆକ୍ରମଣର ଅଜ୍ଞାନତା ସମସ୍ତ ଦେଶ ପାଇଁ ବିନାଶକାରୀ ହୋଇପାରେ।
କଣ କହିଲେ ରାଜନାଥ
ରାଜନାଥ ଏହି ବୟାନ ଚୀନର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଓ୍ଵେଇ ଫେଙ୍ଗହେଙ୍କ ଉପସ୍ଥିତିରେ ଦେଇଛନ୍ତି। ସିଂହ କହିଛନ୍ତି ଏସସିଓର ସଦସ୍ୟ ଦେଶଗୁଡିକରେ ୪୦ ପ୍ରତିଶତରୁ ଅଧିକ ଲୋକ ବସବାସ କରନ୍ତି। ସଂପ୍ରତି ଶାନ୍ତିପୂର୍ଣ୍ଣ, ସ୍ଥିର ଓ ସୁରକ୍ଷିତ କ୍ଷେତ୍ର ପାଇଁ ବିଶ୍ଵାସ ଓ ସହଯୋଗ, ଅନ୍ତରାଷ୍ଟ୍ରୀୟ ନିୟମ ଫାଇଦା ପାଇଁ ସମ୍ମାନ, ପରସ୍ପରର ହିତକୁ ସମ୍ମାନ ଦେବା ଏବଂ ମତଭେଦରେ ଶାନ୍ତିପୂର୍ଣ୍ଣ ସମାଧାନ ଜରୁରୀ ବୋଲି ରାଜନାଥ କହିଛନ୍ତି।
ଚୀନ ଉପରେ ସର୍ବଦା ଅଭିଯୋଗ ହୋଇ ଆସିଛି ଯେ, ଏହି ଦେଶ ପଡୋଶୀଙ୍କୁ ନେଇ ସର୍ବଦା ଆକ୍ରମଣାତ୍ମକ କାର୍ଯ୍ୟ କାରି ସାରିଛି। ଅନ୍ୟ ଦେଶର ଭୂମି କବ୍ଜା କରିବାକୁ ଉଦ୍ୟମ ଚଳାଇ ଆସିଛି। ବିଶେଷ କରି ମେ ପରଠୁ ଭାରତ ସହିତ ଉତ୍ତରଠୁ ନେଇ ପୂର୍ବୋତର ସୀମାରେ ଉତ୍ତେଜନା ଜାରି ରଖିଛି।