ମୋଦିଙ୍କ ପରେ ଲଦାଖ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, LAC ଓ LoC ସ୍ଥିତି ଅନୁଧ୍ୟାନ କରିବେ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୦୭ : ଭାରତ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଲଏସି ଗସ୍ତ କରିବେ | ରାଜନାଥ ସିଂହ ଦୁଇ ଦିନିଆ ଗସ୍ତରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଯିବେ | ସେଠାରେ ସେ ଏଲଏସି ସହ ଏଲଓସି ମଧ୍ୟ ପରିଦର୍ଶନ କରିବେ | ଏହି ଗସ୍ତରେ ରାଜନାଥଙ୍କ ସହିତ ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବନେ ମଧ୍ୟ ଯିବେ | ରାଜନାଥ ସିଂହ ଜୁଲାଇ ୧୭-୧୮ ତାରିଖରେ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ | ଜୁଲାଇ ୧୭ ତାରିଖରେ ଲେହରେ ପହଞ୍ଚିବେ, ସେଠାରେ ଏଲଓସି ଅଞ୍ଚଳକୁ ଯିବେ | ସେଠାରେ ପାକିସ୍ତାନ ସୀମାରେ ପ୍ରସ୍ତୁତି ଅନୁଧ୍ୟାନ କରିବେ | ଜୁଲାଇ ୧୮ ତାରିଖରେ ଏଲଏସିକୁ ଯିବେ ଏବଂ ସେଠାରେ ଚୀନ ସୀମାରେ ସ୍ଥିତି ଅନୁଧ୍ୟାନ କରିବେ | ପୂର୍ବରୁ ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ର ମୋଦି ଲଦାଖ ଗସ୍ତରେ ଯାଇଥିଲେ | ମୋଦି ସେଠାରେ ଅଗ୍ରିମ ପୋଷ୍ଟରେ ସେନାଙ୍କ ସହିତ ସାକ୍ଷାତ କରି ତାଙ୍କ ସାହସ ଦେଇଥିଲେ | ମୋଦି ସ୍ଥଳସେନା, ବାୟୁସେନା ଓ ITBP ଯବାନଙ୍କୁ ସାକ୍ଷାତ କରିଥିଲେ | ସେଠାରେ ସେ ଅଧିକାରୀଙ୍କ ଠାରୁ ସ୍ଥିତି ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ | ଏହି ଗସ୍ତରେ ମୋଦିଙ୍କ ସହିତ ସିଡିଏମ ବିପିନ ରାବତ ଏବଂ ସ୍ଥଳସେନା ଅଧ୍ୟକ୍ଷ ମନୋଜ ମୁକୁନ୍ଦ ନରବନେ ମଧ୍ୟ ଉପସ୍ଥିତ ଥିଲେ |

ଭାରତ ଓ ଚୀନର କୋର କମାଣ୍ଡରଙ୍କ ମଧ୍ୟରେ ଚୁଶୂଲରେ ହୋଇଥିବା ମାରାଥନ ବୈଠକରେ ଉଭୟ ଦେଶର ସେନା ଉପରେ ଉତ୍ତେଜନା ଓ ସେନା କମ କରିବାକୁ ୧୫ ଘଣ୍ଟା ପର୍ଯ୍ୟନ୍ତ ମାନସ ମନ୍ଥନ ହୋଇଥିଲା | ବୈଠକରେ ଡ଼ିସଏନଗେଜମେଣ୍ଟର ପ୍ରଥମ ପର୍ଯ୍ୟାୟ ପୁରା କରିବାକୁ ସମୀକ୍ଷା ହୋଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା | ଡ଼ିସଏନଗେଜମେଣ୍ଟ ପୁରା କରିବା ପାଇଁ ସମୟସୀମା ମଧ୍ୟ ନିଷ୍ପତ୍ତି ହୋଇଥିଲା | ଡ଼ିସଏନଗେଜମେଣ୍ଟ ଜାରି ଅଛି କିନ୍ତୁ ଡି-ଏସକେଲେସନ ପାଇଁ ଚୀନ ପ୍ରସ୍ତୁତ ନୁହେଁ | ଭାରତ ଚାହୁଁଚି ଯେ ଡ଼ିସଏନଗେଜମେଣ୍ଟ ସହିତ ଡି -ଏସକେଲେସନ ମଧ୍ୟ ହେଉ | ମଙ୍ଗଳବାର ଦିନ ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ହୋଇଥିଲା ଯେ କିଭଳି ସେନା ସଂଖ୍ୟା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରୁ କମ କରାଯିବ |

 ସେନା ଅଧିକାରୀ ରାଜନାଥ ସିଂହ ଓ ଆର୍ମି ଚିଫ ମନୋଜ ମୁକୁନ୍ଦ ନରବନେଙ୍କୁ ଏହି ବୈଠକ ସମ୍ପର୍କରେ ସୂଚନା ଦେଇଥଲେ | ଉତ୍ତର ଆର୍ମି କମାଣ୍ଡର ଏବଂ ୧୪ କୋର କମାଣ୍ଡର ଗତକାଲିର କଥାବାର୍ତ୍ତା ସମ୍ପର୍କରେ କହିଥିଲେ | ୧୫ ଘଣ୍ଟା ଚାଲିଥିଲା ଆଲୋଚନା ଉପରେ ବର୍ତ୍ତମାନ ସେନା ବିଚାର ବିମର୍ଷ କରୁଛି | ରକ୍ଷାମନ୍ତ୍ରୀ ରାଜନାଥ ସିଂହ ନିଜେ ଏଲଏସି ପରିସ୍ଥିତିକୁ ମନିଟର କରୁଛନ୍ତି | ବୈଠକକୁ ନେଇ ଏବେ ସୁଦ୍ଧା ଅଧିକାରୀଙ୍କ ବୟାନ ଆସିନାହିଁ | କିନ୍ତୁ ଚୀନ ବୟାନ ଜାରି କରିଛି | ଚୀନ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର କହିଥିଲା ଯେ, ଉଭୟ ଦେଶ ମଧ୍ୟରେ କୋର କମାଣ୍ଡର ସ୍ଥରୀୟ ଚତୁର୍ଥ ବୈଠକ ହୋଇଥିଲା ଏବଂ ବୈଠକରେ ଏଲଏସିରେ ଉତ୍ତେଜନା କମ କରିବାକୁ ଏବଂ ଉଭୟ ଦେଶର ସେନାଙ୍କୁ ପଛକୁ ହଟାଇବାକୁ ନେଇ ଆଲୋଚନା ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.