କରଞ୍ଜିଆରୁ ପ୍ରଚାର ଆରମ୍ଭ କଲେ ଗୃହମନ୍ତ୍ରୀ ରାଜନାଥ ସିଂ, ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ

Published By : Prameya-News7 Bureau | April 19, 2019 IST

କରଞ୍ଜିଆ ୧୯|୪: ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ  କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡିଶା ଗସ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ କରୁଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ମାରାଥନ୍ ପ୍ରଚାର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ପ୍ରଚାର ଆରମ୍ଭ କରିଛନ୍ତି ରାଜନାଥ । ଏହାସହ ନୟାଗଡ ଓ କଟକରେ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜନାଥ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜନାଥଙ୍କ ଗସ୍ତକୁ ଆଖି ଆଗରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ମୁକତାର ଆବାସ ନକଭୀ ଓ ସ୍ମୃତି ଇରାନୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଉଭୟ କେନ୍ଦ୍ରାପଡା, ସାଲେପୁର ଓ ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୩ତାରିଖରେ କେନ୍ଦ୍ରାପଡା ଓ ବାଲେଶ୍ବରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.