Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ରାହୁଲ ଗାନ୍ଧୀଙ୍କୁ ରାଜନାଥଙ୍କ ଟାର୍ଗେଟ, କହିଲେ- ଚାଷ ବିିଷୟରେ ରାହୁଲ କ’ଣ ଜାଣିଛନ୍ତି ?

30/12/2020 at 11:08 AM

ନୂଆଦିଲ୍ଲୀ ୩୦।୧୨: ଦେଶରେ ଚାଷୀ ଆଇନ୍‌କୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଲଗାତର ୩୫ଦିନ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହିପ୍ରରିପେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି । ରାଜନାଥ ସିଂହ କହିଛନ୍ତି ଯେ, କୃଷକଙ୍କ ସମସ୍ୟା ଅତି ସମ୍ବେଦନଶୀଳ । ଯାହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ରହିଛନ୍ତି । ଖୁବଶୀଘ୍ର ଏହି ବିବାଦର ସମାଧାନ କରାଯିବ । କୃଷକଙ୍କ ଆନ୍ଦୋଳନ ନେଇ କେବଳ ମୁଁ ଦୁଃଖୀ ନାହିଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖିତ ଅଛନ୍ତି ବୋଲି ରାଜନାଥ ସିଂହ କହିଛନ୍ତି ।  

ରାଜନାଥ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ଚାଷୀମାନଙ୍କୁ ସଠିକ୍‌ ତଥ୍ୟ ଦିଆଯାଉନାହିଁ । ଏସବୁ ପ୍ରସଙ୍ଗକୁ ନେଇ କୃଷକଙ୍କ ସହିତ ଆମେ ଆଲୋଚନା କରିଛୁ ।ଖୁବଶୀଘ୍ର ସମସ୍ୟାର ସମାଧାନ ହେବାର ଆଶଙ୍କା ମଧ୍ୟ ରହିଛି । ଚାଷୀମାନେ ସଦାସର୍ବଦା ଭାରତର ସଂସ୍କତିକୁ ରକ୍ଷା କରିଛନ୍ତି । ଦେଶର ସ୍ୱାଭିମାନ ରକ୍ଷା କରିବାରେ ସେମାନଙ୍କ ଯୋଗଦାନକୁ ସର୍ବଦା ମନେ ରଖାଯିବ ।

ସେହିପରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜନାଥ ସିଂହ । ରାହୁଲ ଗାନ୍ଧୀଙ୍କ ଠାରୁ ମୁଁ ଚାଷ କାମ ବିଷୟରେ ଅଧିକ ଜାଣିଛି । ରାହୁଲ ଗାନ୍ଧୀ ମୋ ଠାରୁ ବୟସରେ ଛୋଟ ହେବେ, ତେଣୁ ଚାଷକାମ ବିଷୟରେ ମୁଁ ଅଧିକ ଜାଣିଥିବା । କାହିଁକି ନା  ମୁଁ କୃଷକ ଓ ପ୍ରଧାନମନ୍ତ୍ରୀ ଗରିବଙ୍କ ଘରେ ଜନ୍ମ ହୋଇଛନ୍ତି । ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଆମେ କୃଷକଙ୍କ ସମସ୍ୟା ସଂପର୍କରେ ଅଧିକ ଜାଣିଛୁ । ତେଣୁ ଆମ ସରକାର କୃଷକଙ୍କ ସ୍ୱାର୍ଥ ବିରୋଧରେ କିପରି କୌଣସି ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ।

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଥିବା ବାହାର ଦେଶଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରାଜନାଥ ସିଂହ ।  ଆମ ଦେଶର ଚାଷୀ ଓ ସମସ୍ୟା ପ୍ରସଙ୍ଗରେ ଅନ୍ୟ ଦେଶର ମୁଣ୍ଡ ପୁରାଇବା ଉଚିତ ନୁହେଁ । ଏହା ଆମର ଆଭ୍ୟନ୍ତରୀଣ ମାମଲା । ଏହାକୁ ଆମେ ଖୁବ ଶୀଘ୍ର ସମାଧାନ କରିବୁ । ତେଣୁ ଏଥିରେ ବିଦେଶୀ ରାଷ୍ଟ୍ର ମୁଣ୍ଡ ନଖେଳାଇବା ଭଲ ।

   Related Posts