Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ରାଜନାଥ ଓ ଶାହା ନେଲେ ଦାୟିତ୍ୱ: ଦୁଇ ସିପାହୀଙ୍କ କାନ୍ଧରେ ଦେଶର ସୁରକ୍ଷା, ସଂସଦୀୟ ଦଳର ନେତା ହେଲେ ମଧ୍ୟ ବିରୋଧୀ ଦଳ ନେତା ହୋଇପାରିବେନି ସୋନିଆ

1/06/2019 at 6:40 PM

ନୂଆଦିଲ୍ଲୀ୧|୬: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେବାପରେ ଦେଶର ଦୁଇ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ନେଇଛନ୍ତି ରାଜନାଥ ସିଂ ଓ ଅମିତ୍ ଶାହା । ଅମିତ୍‌ ଶାହା ନର୍ଥ ବ୍ଲକ ଯାଇ ଗୃହ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ବ ନେବା ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜନାଥ ସିଂ । ସେପଟେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ । …

ଦେଶର ସୁରକ୍ଷା ଦାୟିତ୍ବ ନେଲେ ମୋଦିଙ୍କ ଦୁଇ ସିପାହୀ । ଅମିତ୍‌ ଶାହା ଗୃହ ମନ୍ତ୍ରାଳୟ ଦାୟିତ୍ବ ନେଇଥିବା ବେଳେ ରାଜନାଥ ପ୍ରତିରକ୍ଷା ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ନର୍ଥ ବ୍ଲକ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଅପରାହ୍ନରେ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ  ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅମିତ ଶାହା । ଶାହା ଏବେ ମୋଦି ସରକାରରେ ୨ ନମ୍ବର ମନ୍ତ୍ରୀ । ଗୁଜରାଟ ସରକାରରେ ଗୃହମନ୍ତ୍ରୀ ଭାବରେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି ଅମିତ ଶାହା ।

ଦେଶର ଆତଙ୍କୀ ଗତିବିଧି ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ଅମିତ ଶାହାଙ୍କ ପ୍ରାଥମିକତା ରହିବ । ସେପଟେ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜନାଥ ସିଂହ । ପରେ ୩ ସେନାର ମୁଖ୍ୟଙ୍କ ସହ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଦେଶର ସୁରକ୍ଷା ମୋଦିଙ୍କ ଏଜେଣ୍ଡାରେ ସବୁଠୁ ଉପରେ ଥିବା ବେଳେ ଏଦିଗରେ ରାଜନାଥ ଦୃଢ ପଦକ୍ଷେପ ନେଇପାରନ୍ତି । ସେନାକୁ ସୁଦୃଢ କରିବା ରାଜନାଥଙ୍କ ପାଇଁ ପ୍ରାଥମିକତା ରହିବ । ରାଜନାଥ ଦାୟିତ୍ବ ନେବା ଆଗରୁ ଦିଲ୍ଲୀ ସ୍ଥିତ ୱାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସେପଟେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ । ସୋନିଆଙ୍କ ନାଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରସ୍ତାବ ରଖିଥିଲେ ।୨୦୧୪ରେ ଲୋକସଭାକୁ ୪୪ କଂଗ୍ରେସ ସାସଂଦ ନିର୍ବାଚିତ ହୋଇଥିବା ବେଳେ ଏଥର ଏହା ସାମାନ୍ୟ ବଢି ୫୨ରେ ପହଞ୍ଚିଛି ।

ତଥାପି ବିରୋଧୀ ଦଳ ନେତାର ମାନ୍ୟତା ପାଇବା ଲାଗି ଆବଶ୍ୟକ ୫୪ସାସଂଦ ସଂଖ୍ୟାଠାରୁ ଏହା ୨ କମ୍ । ୨୦୧୪ରେ ଲୋକସଭାରେ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାରଗେ ଥିଲେ । ହେଲେ ସେ ଏଥର ହାରିଯାଇଛନ୍ତି । କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ନିର୍ବାଚିତ ହେବା ପରେ ସୋନିଆ କଂଗ୍ରେସକୁ ଭୋଟ ଦେଇଥିବା ୧୨କୋଟିରୁ ଅଧିକ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏବେ ସୋନିଆ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷ ଅଛନ୍ତି । ଆସନ୍ତା ସଂସଦ ଅଧିବେଶନ ପାଇଁ କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରିଛି

ମୋଦି ସରକାର ତାର ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ନିଯୁକ୍ତି, ଜିଡିପି ବୃଦ୍ଧି, ଦରଦାମ ନିୟନ୍ତ୍ରଣ ଭଳି ଅନେକ ସମସ୍ୟା ସରକାର ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଛି ।

   Related Posts