ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ : ‘ଆତଙ୍କବାଦ ଉପରେ ଲଗାମ ଲଗାଉ ପାକିସ୍ତାନ, ନହେଲେ ନିଜେ ଖଣ୍ଡ ଖଣ୍ଡ ହୋଇଯିବ’

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ ୧୫।୯: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ରୋକଠୋକ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୁରତରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନାଥ କହିଛନ୍ତି, ପାକିସ୍ତାନ ଆତଙ୍କବାଦ ଉପରେ ଲଗାମ ଲଗାଉ, ନହେଲେ ନିଜେ ଖଣ୍ଡ ଖଣ୍ଡ ହୋଇଯିବ ।

ସେ କହିଛନ୍ତି ଭାରତ ଜାତି ଓ ଧର୍ମକୁ ନେଇ ଲୋକଙ୍କୁ ବିଭାଜିତ କରେନାହିଁ । ଭାରତରେ ସଂଖ୍ୟାଲଘୁମାନେ ସୁରକ୍ଷିତ ରହିଛନ୍ତି ଏବଂ ରହିଥିବେ । ଆମ ଉପରେ ଆରୋପ ଲଗାଉଥିବା ପାକିସ୍ତାନ ନିଜକୁ ଦେଖୁ ବୋଲି ସିଧା ସିଧା ଶୁଣାଇଛନ୍ତି ରାଜନାଥ ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପର ଠାରୁ ପାକିସ୍ତାନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଯାଇଛି । ପାକିସ୍ତାନ ମିଳିତ ଜାତିସଂଘକୁ ଯାଇ ବାରମ୍ବାର ମିଥ୍ୟା ଅଭିଯୋଗ ଆଣୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.