ଲୋକସଭାରେ ଭାରତ ଚୀନ ସୀମା ବିବାଦକୁ ନେଇ ରାଜନାଥ ସିଂହ କହିଲେ, 'ସବୁ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ'

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯ : ଲଦାଖରେ ଭାରତ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ନେଇ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ସଂସଦରେ ଜବାବ ରଖିଛନ୍ତି । ସେ କହିଛନ୍ତି ଏଲଏସିକୁ ନେଇ ଉଭୟ ଦେଶ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇପାରିବ । ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ଦେଶ ପ୍ରସ୍ତୁତ । ଏବେ ସୁଦ୍ଧା ଉଭୟ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ହୋଇପାରିବ । କିନ୍ତୁ ଏବେ ସୁଦ୍ଧା କୌଣସି ସଂଯୁକ୍ତ ସହମତି ହୋଇପାରିନାହିଁ । ଚୀନ ସୀମାରେ ଅସହାମତି ଦର୍ଶାଇଛି ।

ରାଜନାଥ ସିଂହ କହିଛନ୍ତି, ଚୀନ ସହ ବିବାଦ ପୂର୍ବରୁ ମଧ୍ୟ ହୋଇଛି ଏବଂ ଅଧିକ ଦିନ ଯାଏଁ ମଧ୍ୟ ଚାଲିଥିଲା । କିନ୍ତୁ ଏଥର ପରିସ୍ଥିତି ସମ୍ପୂର୍ଣ ଭିନ୍ନ, ପୂର୍ବ ଅପେକ୍ଷା ସମ୍ପୂର୍ଣ ଅଲଗା । ତଥାପି ଶାନ୍ତିପୂର୍ଣ ସମାଧାନ ପାଇଁ ଭାରତ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ତେବେ ଦେଶ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି ରାଜନାଥ ସିଂହ ସଂସଦରେ ଆଶ୍ବସ୍ତି ଦେଇଛନ୍ତି ।

ଆଗକୁ ସେ କହିଛନ୍ତି ଯେ, ଲଦାଖରେ ପାଖାପାଖି ୩୮ ହଜାର ବର୍ଗ କିଲୋମିଟର ଜମି ଉପରେ ଚୀନ ଅନଧିକୃତ କବଜା କରିଛି । ଏହାଛଡା ୧୯୬୩ ମସିହାରେ ତଥାକଥିତ ବାଉଣ୍ଟି ଏଗ୍ରିମେଣ୍ଟ ଅନୁସାରେ ପାକିସ୍ତାନ ପିଓକେର ୫୨୮୦ ବର୍ଗ କିଲୋମିଟର ଭାରତୀୟ ଜମି ଅବୈଧ ଭାବେ ଚୀନକୁ ଦେଇଥିଲା ।

ଏ ପର୍ଯ୍ୟନ୍ତ ଭାରତ ଚୀନ ସିମବର୍ତ୍ତୀ ଅଞ୍ଚଳରେ ଏଲଏସିକୁ ନେଇ ଉଭୟ ଦେଶର ଧାରଣା ଭିନ୍ନ ଭିନ୍ନ ବୋଲି ମଧ୍ୟ ରାଜନାଥ ସିଂହ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଲଦାଖ ଗସ୍ତରେ ଯିବା ପରେ ଯବାନ ଆଶ୍ୱସ୍ତ ଅଛନ୍ତି ଯେ ଦେଶର ୧୩୦ କୋଟି ଜନତା ସେମାନଙ୍କ ସହ ଅଛନ୍ତି । ପୁରା ସଂସଦ ସୈନିକଙ୍କ ସହିତ ପାଦରେ ପାଦ ମିଶାଇ ଛିଡା ହୋଇଛି ଏବଂ ସବୁ ପରିସ୍ଥିତିରେ ଦେଶର ବିଶ୍ଵାସ ତାଙ୍କ ଉପରେ କାୟମ ରହିବ ବୋଲି କହିଛନ୍ତି ରାଜନାଥ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.