ସୀମା ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ-'ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ପାକିସ୍ତାନ ଓ ଚୀନ'

Published By : Prameya-News7 Bureau | October 12, 2020 IST

ନୂଆଦିଲ୍ଲୀ ୧୨/୧୦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ, ଅରୁଣାଚଳ ପ୍ରଦେଶ, ଶିକ୍କିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ କାଶ୍ମୀର ସିମବର୍ତ୍ତୀ ଅଞ୍ଚଳରେ ନିର୍ମାଣ ହୋଇଥିବା ୪୪ ପୋଲକୁ ସୋମବାର ଦିନ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି। ଅନଲାଇନ କାର୍ଯ୍ୟକ୍ରମ ଜରିଆରେ ପୋଲ ଉଦଘାଟନ କରି ରାଜନାଥ ସିଂହ ରାଷ୍ଟ୍ରକୁ ସମ୍ବୋଧନ କରିଥିଲେ। ନିଜ ସଂକ୍ଷିପ୍ତ ସମ୍ବୋଧନରେ ରାଜନାଥ ସିଂହ ପାକିସ୍ତାନ ଓ ଚୀନ ସହ ଭାରତ ସୀମାରେ ସ୍ଥିତି ବଖାଣିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, "ଆପଣମାନେ ଉତ୍ତର ଓ ପୂର୍ବ ସୀମାରେ ସ୍ଥିତିକୁ ନେଇ ପରିଚିତ। ପୂର୍ବରୁ ପାକିସ୍ତାନ ଓ ଏବେ ଚୀନ, ଲାଗୁଛି ଯେମିତି ଉଭୟ ଦେଶ ଗୋଟିଏ ମିଶନରେ ସୀମା ବିବାଦ ସୃଷ୍ଟି କରିଛନ୍ତି। ଉଭୟ ଦେଶ ସହ ଆମର ପାଖାପାଖି ୭ ହଜାର କିମି ଲମ୍ବା ସୀମା ରହିଛି।"

ରାଜନାଥ ସିଂହ ଆଗକୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଦୂରନ୍ଦେଶ' ନେତୃତ୍ୱ ଅନ୍ତର୍ଗତ, ଭାରତ ନା କେବଳ ଏହିସବୁ ସଙ୍କଟକୁ ଦୃଢର ସହ ସାମ୍ନା କରୁଛି ବରଂ ଏହିସବୁ କ୍ଷେତ୍ରରେ ବଡ ଓ ଐତିହାସିକ ପରିବର୍ତ୍ତନ ମଧ୍ୟ ଆଣୁଚି। ଅଧିକାରୀ କହିଛନ୍ତି ଯେ ୪୪ ପୋଲରୁ ଅଧିକାଂଶ ରଣନୀତିକ ସ୍ଥରରେ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଅଛି ଏବଂ ସେନା ଓ ଅସ୍ତ୍ରଶସ୍ତ୍ର ସୁନିଶ୍ଚିତ କରିବାରେ ସୈନ୍ୟବଳକୁ ସାହାଯ୍ୟ କରିବେ। ଏଥିରୁ ୭ଟି ପୋଲ ଲଦାଖରେ ଅଛି। ଡିଜିଟାଲ କାର୍ଯ୍ୟକ୍ରମ ଜରିଆରେ ରାଜନାଥ ସିଂହ ଅରୁଣାଚଳ ପ୍ରଦେଶ ନେଚୁଫ ସୁଡ଼ଙ୍ଗର ଉଦଘାଟନ କରିଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ ପୋଲ ନିର୍ମାଣ ସାଧାରଣ ଜନତାଙ୍କ ସହ ସେନା ପାଇଁ ମଧ୍ୟ ଲାଭଦାୟକ ହେବ।

ସୂଚନାଯୋଗ୍ୟ ଯେ ଚୀନ ସହ ସୀମା ବିବାଦ ମଧ୍ୟରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ କାମ କରୁଛି। ଏଥିରେ ହିମାଚଳ ପ୍ରଦେଶ ଦାରଚାକୁ ଲଦାଖ ସହ ଯୋଡିବାକୁ ରଣନୀତିକ ସ୍ଥିତିରେ ମହତ୍ଵପୁର୍ଣ ସଡକ ମଧ୍ୟ ସାମିଲ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.