କିସାନ ବିଲ ହଙ୍ଗାମା: ସାମ୍ବାଦିକ ସମ୍ମିଳନୀରେ ରାଜନାଥଙ୍କ ପ୍ରତିଶ୍ରୁତି, ଦେଶରୁ ସମାପ୍ତ ହେବନି MSP

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦।୯:କିସାନ ବିଲକୁ ନେଇ ସାରା ଦେଶରେ ଜାରି ବିରୋଧକୁ ନେଇ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ୬ ଜଣ ବଡ ମନ୍ତ୍ରୀ ରବିବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜାନାଥ ସିଂ ବିଧେୟକ ରାଜ୍ୟସଭାରେ ଗୃହୀତ ହେବା ବେଳେ ଉପୁଜିଥିବା ପରିସ୍ଥିତିକୁ ଦୁଃଖଦ କହିଛନ୍ତି। ସଦନରେ ସୁରୁଖୁରୁ କାର୍ଯ୍ୟ ପରିଚାଳନା ଉଭୟ ସରକାରୀ ଓ ବିରୋଧୀ ଦଳଙ୍କ ଦାୟିତ୍ୱ। ତେବେ କୌଣସି ପରିସ୍ଥିତିରେ ମଧ୍ୟ ଦେଶରୁ ଚାଷୀଙ୍କ ଲାଗି ସର୍ବ ନିମ୍ନ ସହାୟକ ମୂଲ୍ୟ (ଏମଏସପି) ପ୍ରଥା ହଟିବନି ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜନାଥଙ୍କ ସମେତ ନରେନ୍ଦ୍ର ସିଂ ତୋମର, ମୁକ୍ତାର ଅବ୍ବାସ ନକବୀ ଓ ପିୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ। ରାଜନାଥ ବିଧେୟକକୁ କୃଷି ଜଗତ ଲାଗି ଜରୁରି ବୋଲି କହିଥିବା ବେଳେ ଏହା ଦ୍ୱାରା ଦେଶରେ ଶଶ୍ୟ ଉତ୍ପାଦନ ବଢିବ ବୋଲି କହିଛନ୍ତି। ତେବେ ବିଧେୟକ ନେଇ ଚାଷୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଉଥିବାର ସେ କହିଛନ୍ତି। ନୂଆ ଆଇନ ଆସିବା ପରେ ଚାଷୀ ନିଜ ଫସଲ ବିକିବାକୁ ସମ୍ପୂର୍ଣ୍ଣ ସ୍ୱାଚ୍ଛନ୍ଦ୍ୟ। ଆମ ସରକାର ମଧ୍ୟ ଏମଏସପି ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ରାଜନାଥ।

ରାଜନାଥ କହିଛନ୍ତି ଯେ ଆମେ ଚାଷୀଙ୍କ ଆୟ ବୃଦ୍ଧି ଲାଗି ପ୍ରତିଶ୍ରୁତି ଦେଇଥିଲୁ। ଏଥିପାଇଁ ଆମେ କାମ ମଧ୍ୟ କରିଛୁ। ଏଥିରୁ କିପରି ଅଧିକ ଲାଭ ମିଳିବ ସେଥିଲାଗି ମଧ୍ୟ ଆମେ ଉଦ୍ୟମ ଅବ୍ୟହତ ରଖିଛୁ। ତେବେ ରାଜ୍ୟସଭାରେ ଉପବାଚସ୍ପତିଙ୍କ ପ୍ରତି ଯେପରି ବ୍ୟବହାର ହେଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣବୋଲି କହିଛନ୍ତି ରାଜନାଥ। ଦେଶର ସଂସଦୀୟ ଇତିହାସରେ ଏଭଳି ଅପ୍ରିୟ ଘଟଣା କେବେ ନା ଲୋକସଭାରେ ହୋଇଛି ନା ରାଜ୍ୟସଭାରେ ହୋଇଛି। ତେବେ ରାଜ୍ୟସଭାରେ ଘଟିଥିବାରୁ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ରାଜନାଥ। ତେବେ ସଂସଦଦୀୟ ଇତିହାସରେ ଏହା କଳଙ୍କ ବୋଳିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.