Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାକିସ୍ତାନ-ଚୀନ୍‌ ସୀମାରେ ୪୪ଟି ପୋଲ ନିର୍ମାଣ

13/10/2020 at 8:19 AM

ନୂଆଦିଲ୍ଲୀ ୧୩।୧୦: ସୀମାରେ ତିଆରି ହେଲା ୪୪ଟି ପୋଲ । ପାକିସ୍ତାନ, ଚୀନ୍ କୁ ଲାଗିଥିବା ସୀମା ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ପୋଲକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦଘାଟନ କରିଛନ୍ତି । ଭାରତୀୟ ପ୍ରତିରକ୍ଷା ପାଇଁ ଏହି ପୋଲ ଗୁଡ଼ିକର ନିର୍ମାଣ ବେଶ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

 ସୀମାରେ ବ୍ରିଜ୍  । ଏକାଥରେ ନିର୍ମାଣ ହୋଇଛି ୪୪ ପୋଲ । ଏହି ୪୪ ଟି ବ୍ରିଜ୍ କୁ ଅନ୍ ଲାଇନ୍  ରେ ଉଦ୍ ଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ଦେଶର ସୀମାକୁ ଲାଗିଥିବା ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସୀମାରେ ଏହି ପୋଲ ନିର୍ମାଣ କରାଯାଇଛି । ଜାମ୍ମୁ ଓ କାଶ୍ମୀରରେ ୧୦ଟି, ଉତ୍ତରାଖଣ୍ଡ,  ଲଦାଖରେ ଓ ଅରୁଣାଚଳ ପ୍ରଦେଶରେ ୮ଟି ଲେଖାଏଁ , ସିକ୍କିମ୍  ଓ ପଂଜାବରେ ୪ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ୨ଟି ପୋଲ ରହିଛି। ସର୍ବାଧିକ ପୋଲ ଚୀନ ସୀମାବର୍ତ୍ତି ଅଞ୍ଚଳରେ ନିର୍ମାଣ ହୋଇଥିବା ବେଳେ ପାକିସ୍ତାନ ସୀମାକୁ ଲାଗି କେତେକ ପୋଲ ନିର୍ମାଣ ହୋଇଛି। ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ସୀମାବର୍ତ୍ତି କ୍ଷେତ୍ରରେ ବଡ ଐତିହାସିକ ପରିବର୍ତ୍ତନ ଆଣିବାକୁ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି।

ବ୍ରିଜ୍  ଗୁଡିକ ଏପରି ସମୟରେ ହୋଇଛି ଯେତେବେଳ ଚୀନ୍  ସହ ଆମର ସୀମା ବିବାଦ ଚରମ ସ୍ଥିତିରେ ପହଞ୍ଚିଛି ।ଭାରତକୁ ଲାଗି ପାକିସ୍ତାନ ଓ ଚୀନର ପାଖାପାଖି ୭ ହଜାର କିଲୋମିଟର ସୀମା ରହିଛି । ଏହି ବ୍ରିଜ୍ ଗୁଡିକ ଉଭୟ ସାଧାରଣ ଲୋକଙ୍କ ଗମନାଗମନ ଓ ସେନା ପାଇଁ ଗୁରୁତ୍ବପୂର୍ଣ୍ଣ । ବର୍ଡର ରୋଡ ଅର୍ଗାନାଇଜେସନ ତତ୍ତ୍ବାଧାନରେ ଏସବୁ ପୋଲ ତିଆରି ହୋଇଛି । ସେହିପରି ଅରୁଣାଚଳ ପ୍ରଦେଶର ନେସିଫୁ ଟନେଲ୍  ପାଇଁ ଶିଳାନ୍ୟାସ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । 

   Related Posts