Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

LACରେ ହିଂସାତ୍ମକ ସଂଘର୍ଷ: ପ୍ରତିରକ୍ଷା ମନ୍ତ୍ରୀଙ୍କ CDS ଓ ସେନା ପ୍ରମୁଖଙ୍କ ସହିତ ବୈଠକ ଅନୁଷ୍ଠିତ, ଚୀନ ବିରୋଧରେ ହୋଇପାରେ ବଡ କାର୍ଯ୍ୟାନୁଷ୍ଠାନ

16/06/2020 at 4:28 PM

ନୂଆଦିଲ୍ଲୀ ୧୬।୦୬: ଚୀନୀ ସୈନିକଙ୍କ ସହିତ ଏଲଏସିରେ ଘଟିଥିବା ହିଂସାତ୍ମକ ସଂଘର୍ଷ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ସିଡିଏସ ବିପିନ ରାଓ୍ଵତଙ୍କ ସହିତ ଜରୁରୀକାଳୀନ ବୈଠକ କରିଛନ୍ତି। ଏହି ବୈଠକରେ ତିନି ସେନାର ପ୍ରମୁଖ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉପସ୍ଥିତ ଥିଲେ। ବୈଠକରେ ସାଂପ୍ରତିକ ସ୍ଥିତି ଏବଂ ପଦକ୍ଷେପ ନେବା ନେଇ ବିସ୍ତୃତ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂରା ମାମଲାରେ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ଦେବେ। କୁହାଯାଉଛି ଯେ, ଏହି ପ୍ରସଙ୍ଗରେ ଚୀନ ବିରୋଧରେ ଭାରତ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନେଇ ପାରେ।

ଉଲ୍ଲେଖଯୋଗ୍ୟ, ଭାରତ  ଓ ଚୀନ ସୀମାରେ ଯେଉଁଠି ୪ ଦଶନ୍ଧି ଧରି ହିଂସା ଦେଖିବାକୁ ମିଳିନଥିଲା ସେଠାରେ ସୋମବାର ରାତିରେ ଅଚାନକ ମାହୋଲ ବଦଳି ଯାଇଛି। ସୋମବାର ରାତିରେ ଗଲଓ୍ଵାନ ଘାଟିରେ ଭାରତୀୟ ସୈନିକ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏଥିରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଯବାନ ସହିଦ ହୋଇଛନ୍ତି। ଦୀର୍ଘ ୪୫ ବର୍ଷ ପରେ ଭାରତ ଓ ଚୀନ ସୀମାରେ ପ୍ରଥମ ଥର ଭାରତୀୟ ଯବାନ ସହିଦ ହୋଇଛନ୍ତି। କୁହାଯାଏ ଯେ, ଏଲଏସି ବର୍ଡରରେ ୧୯୬୭ରେ ଶେଷ ଥର ଫାୟରିଂ ହୋଇଥିଲା। ଏହାପରେ ଚୀନ ପକ୍ଷରୁ ୧୯୭୫ରେ ମଧ୍ୟ ଭାରତୀୟ ସୈନିକଙ୍କ ଉପରେ ହମଲା  ହୋଇଥିଲା। ଏହା ମଧ୍ୟରେ ବିଜେପି ସାଂସଦ ରାକେଶ ସିହ୍ନା କହିଛନ୍ତି, ଚୀନର ଏହି କାର୍ଯ୍ୟକଳାପ ବରଦାସ୍ତ କରିବା ଯୋଗ୍ୟ ନୁହେଁ। ଏହାର ଜବାବ୍ ଦିଆଯିବା ଉଚିତ୍।

ଅନ୍ୟପଟେ ଚୀନ ସଂଲଗ୍ନ ପୂର୍ବ ଲଦାଖର ସୀମାବର୍ତ୍ତୀ ଗାଁରେ  ରହୁଥିବା ପ୍ରାୟ ୨୦୦୦ ଲୋକ ଇଲାକାରେ ବଢୁଥିବା ଉତ୍ତେଜନା ଦେଖି ଚିନ୍ତିତ। ଲୋକେ କହିଛନ୍ତି ଯେ, ୧୯୬୨ ପରେ ପ୍ରଥମ ଥର ନିଜ ପକ୍ଷରୁ ଏତେ ବଡ ସୈନ୍ୟ ଗତିବିଧି ଦେଖିବାକୁ ମିଳିଛି। ଗତ ଏକ ମାସ ହେବ ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି।

ଏଲଏସିରେ ହିଂସାତ୍ମକ ସଂଘର୍ଷ ପରେ ଚୀନର ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ସେନା ଉପରେ ସୀମା ଅତିକ୍ରମ କରିବାର ମିଥ୍ୟା ଆରୋପ ଲଗାଇଛି। ଏହା ସହିତ ଚୀନ ଭାରତୀୟ ସୈନିକ ଆକ୍ରମଣ କରିଥିବାର ଅଭିଯୋଗ କରିଛି। ଚୀନକୁ ଭୟ ଯେ, ଭାରତ ଏହି ଘଟଣା ପରେ କିଛି ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇ ପାରେ। ଚୀନର କହିବା କଥା ଆମେ ଚାହୁଁଛୁ ଭାରତ କୌଣସି ଏକତରଫା କାର୍ଯ୍ୟାନୁଷ୍ଠାନ ନନେଉ।

   Related Posts