Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

LAC ସ୍ଥିତି ନେଇ ରାଜ୍ୟସଭାରେ ରାଜନାଥ ସିଂହଙ୍କ ବୟାନ୍ : କହିଲେ ସବୁ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ

17/09/2020 at 2:03 PM

ନୂଆଦିଲ୍ଲୀ ୧୭/୯: କରୋନା କାଳରେ ସେପ୍ଟେମ୍ବର ୧୪ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଗୁରୁବାର ମଧ୍ୟ ଜାରି ରହିବ। ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଲଦାଖରେ ଚୀନ ସହ ଗତିରୋଧକୁ ନେଇ ଆଜି ଅର୍ଥାତ୍ ଗୁରୁବାର ରାଜ୍ୟସଭାରେ ବୟାନ ଦେଇଛନ୍ତି। ରାଜନାଥ ସିଂହ ରାଜ୍ୟସଭାରେ ଦେଶବାସୀଙ୍କୁ କହିଛନ୍ତି ଯେ ଆମେ ଦେଶର ମସ୍ତକ ନୁଆଁଇବାକୁ ଦେବୁ ନାହିଁ। ସେ କହିଛନ୍ତି ଯେ ଯଦି ଏଲଏସରେ ବିବାଦ ଲାଗି ରହିଲା ତେବେ ସମ୍ପର୍କ ସୁଧୁରି ପାରିବ ନାହିଁ। ଏହା ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ। ଲୋକସଭାରେ ରାଜନାଥ ସିଂହ ପୂର୍ବରୁ ହିଁ ଚୀନ ସ୍ଥିତି ଉପରେ ବୟାନ ଦେଇ ସାରିଛନ୍ତି।

ଚୀନ ସହ ସୀମା ବିବାଦ ମୁଦ୍ଦାକୁ ନେଇ ରାଜ୍ୟସଭାରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଜୁନ୍ ୧୫ତାରିଖରେ କର୍ଣ୍ଣଲ୍ ସନ୍ତୋଷ ବାବୁ ନିଜର ୧୯ଜଣ ବୀର ସୈନିକଙ୍କ ସହ ଭାରତର ଅଖଣ୍ଡତାକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଗଲଓ୍ବାନ ଘାଟିରେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଆମ ପ୍ରଧାନମନ୍ତ୍ରୀ ନିଜେ ସେନାଙ୍କ ମନୋବଳ ବଢ଼ାଇବା ପାଇଁ ଲଦାଖ ଯାଇଥିଲେ। ରାଜନାଥ ସିଂହ କହିଥିଲେ ଯେ ସୀମାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବା ପାଇଁ ଅନେକ ଚୁକ୍ତି ହୋଇଥିଲା,କିନ୍ତୁ ଚୀନ ଔପଚାରିକ ସୀମାକୁ ମାନିନଥିଲା।

ରାଜନାଥ ସିଂହ କହିଥିଲେ ଯେ ଚୀନ,ଭାରତର ପାଖାପାଖି ୩୮,୦୦୦ସ୍କ୍ବାୟର କିମି ଭୂମିର ଅନଧିକୃତ ଲଦାଖରେ କରିଛି। ଏହା ବ୍ୟତୀତ,୧୯୬୩ମସିହାରେ ଏକ ତଥାକଥିତ ବାଉଣ୍ଡ୍ରି ଆଗ୍ରିମେଣ୍ଟ ଅନୁସାରେ ପାକିସ୍ତାନ PoK ର ୫,୧୮୦ ସ୍କ୍ବାୟର କିମି ଭାରତୀୟ ଜାଗା ବେଆଇନ୍ ଭାବେ ଚୀନକୁ ହସ୍ତାନ୍ତର କରିଛି। ସେ ଆଗକୁ କହିଥିଲେ ଯେ ଏବେ ସୁଦ୍ଧା ଭାରତ-ଚୀନର ବର୍ଡ଼ର ଅଞ୍ଚଳରେ କମନଲି ଡିଲାଇନେଟେଡ ଲାଇନ୍ ଅଫ୍ କଣ୍ଟୋଲ୍(LAC) ନାହିଁ ଏବଂ LACକୁ ନେଇ ଉଭୟଙ୍କ ବିଚାରଧାରା ଅଲଗା ଅଲଗା। ଏଥିପାଇଁ ଶାନ୍ତି ଏବଂ ସଦଭାବନା ରଖିବା ପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରକାରର ଆଗ୍ରିମେଣ୍ଟ୍ ଏବଂ ପ୍ରୋଟୋକଲ୍ ରହିଛି।

ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ୧୯୯୩ ଏବଂ ୧୯୯୬ର ଚୁକ୍ତିରେ ଏବିଷୟରେ ଉଲ୍ଲେଖ ରହିଛି ଯେ ଏଲଏଏସି ପାଖରେ ଦୁଇ ଦେଶ ନିଜ ସେନାଙ୍କ ସଂଖ୍ୟା କମ୍ ରଖିବେ।

   Related Posts