ଚୀନ ସୀମାରେ ନିର୍ମାଣ ହେଉଥିବା ସେଲା ସୁଡ଼ଙ୍ଗ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪/୧୦ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ରାଷ୍ଟ୍ରୀୟ ୟୁଦ୍ଧ ସ୍ମାରକରୁ BRO (Border Roads Organisation) ଦ୍ୱାରା ଆୟୋଜିତ ମୋଟରସାଇକେଲ ରାଲି ଅଭିଯାନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେଉଥିବା ସେଲା ସୁଡ଼ଙ୍ଗର ଶେଷ ପର୍ଯ୍ୟାୟକୁ ଦିଲ୍ଲୀରୁ ଉଦଘାଟନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, BRO ଉପଲବ୍ଧି ଦୁନିଆରେ ଅଧ୍ୟୟନର ବିଷୟ। ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମାଣ ହେଇଥିବା ଅଟଳ ଟନେଲ ହେଉ କି ଦୁନିଆର ସବୁଠାରୁ ଉଚ୍ଚ ମୋଟରବେଲ ପାସ ହେଉ କିମ୍ବା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେଲା ସୁଡ଼ଙ୍ଗ ହେଉ।  

{"id":527008,"sizeSlug":"full","linkDestination":"none"}

ରାଜନାଥ ସିଂହ ଦିଲ୍ଲୀରେ ରସ୍ତରୀୟ ସ୍ମାରକରୁ ବଟମ ଚାପିଲେ ଓ ସୁଡ଼ଙ୍ଗରେ ପ୍ରକଳ୍ପର ଶେଷ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିଲା। ସେଲା ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏହି ସୁଡ଼ଙ୍ଗ ସେଲା ଦର୍ରେ ଦେଇ ଯିବ। ଏହି ସୁଡ଼ଙ୍ଗ ସମ୍ପୂର୍ଣ୍ଣ ହେବାପରେ ତବାଙ୍ଗ ଜରିଆରେ ଚୀନ ସୀମା ଯାଏଁ ଦୂରତା ୧୦ କିଲୋମିଟର କମ ହୋଇଯିବ। ଏହାଦ୍ୱାରା ଆସାମ ତେଜପୁର ଓ ଅରୁଣାଚଳ ପ୍ରଦେଶର ତବାଙ୍ଗରେ ସ୍ଥିତ ସେନାର ୪ କୋର ମୁଖ୍ୟାଳୟ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଏକ ଘଣ୍ଟା କମିଯିବ।

{"id":527010,"sizeSlug":"full","linkDestination":"none"}

ତେଜପୁରରେ ସେନା କର୍ପସ ମୁଖ୍ୟାଳୟ ଅଛି ଯାହା ଅରୁଣାଚଳ ପ୍ରଦେଶ ଉପରେ ଦୃଷ୍ଟି ରଖିଥାଏ। ଭାରତ-ଚୀନ ସୀମାରେ ସ୍ଥିତ ତବାଙ୍ଗ ଦ୍ୱାର ମଧ୍ୟ ତେଜପୁର। ଆସାମର ନଗାଓଁ ଜିଲ୍ଲାରେ ସ୍ଥିତ ଏକ ବଡ ସୈନ୍ୟ କ୍ୟାମ୍ପ ମିସାରୁ ଉତ୍ତର ଉପକୂଳରେ ଥିବା ତେଜପୁର ଯାଏଁ ଯିବ ଆସିବା କେବଳ ବ୍ରହ୍ମପୁତ୍ରରେ ନିର୍ମିତ କଲିୟଭୋମୋରା ପୋଲ ଉପରେ ନିର୍ଭର କରେ। ଯଦି କୌଣସି ସଂଘର୍ଷ ସ୍ଥିତିରେ ସେଠାରେ ହମଲା ହୁଏ ତାହେଲେ ଏହା କ୍ଷତିଗ୍ରସ୍ତ ହୋଇଯିବ ଏବଂ ସେହି ସଡକ ଦେଇ ପଶ୍ଚିମ ଅରୁଣାଚଳ ପ୍ରଦେଶ ଯାଏଁ ପହଞ୍ଚିବା ମୁସ୍କିଲ ହୋଇଯିବ। ଏହି ସ୍ଥିତିରୁ ବଞ୍ଚିବାକୁ ସୁଡ଼ଙ୍ଗ ନିର୍ମାଣ କରାଯିବ।

୧୨-୧୫ କିଲୋମିଟର ଲମ୍ବ ଏହି ସୁଡ଼ଙ୍ଗରେ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହା ଦେଶରେ କୌଣସି ନଦୀ ତଳେ ତିଆରି ହୋଇଥିବା ସୁଡ଼ଙ୍ଗ ମାଧ୍ୟମରେ ପ୍ରଥମ ସଡ଼କପଥ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.