ଲେହରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରଣ ହୁଙ୍କାର, ଭାରତର ଇଞ୍ଚେ ବି ଜମି କେହି ନେଇପାରିବେ ନାହିଁ

Published By : Prameya-News7 Bureau | July 17, 2020 IST

ଲେହ ୧୭।୦୭:  ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି । ଆଉ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଚୀନକୁ ସିଧାସିଧା ଚେତାବନୀ । ଭାରତର ଇଞ୍ଚେ ବି ଜମି କେହି ନେଇପାରିବେ ନାହିଁ । ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ସ୍ଥିତି ସମୀକ୍ଷା ପରେ ରାଜନାଥ ଯବାନଙ୍କ ମଧ୍ୟ ମନୋବଳ ବଢ଼ାଇଛନ୍ତି । ସେନା ପାଇଁ ପୂରା ଦେଶ ଗର୍ବିତ । ତେବେ ଭାରତର ସ୍ବାଭିମାନ ଉପରେ ଆଖି ପକାଇଲେ ତାର ଦୃଢ଼ ଜବାବ ଦିଆଯିବ ବୋଲି ମଧ୍ୟ କହିଛନ୍ତି ରାଜନାଥ । ରାଜନାଥଙ୍କ ଗସ୍ତ ସମୟରେ ଭାରତୀୟ ସେନା ମଧ୍ୟ ଶକ୍ତି ପ୍ରଦର୍ଶନ କରିଛି ।

{"id":301853,"sizeSlug":"large"}

ଗର୍ଜୁଛି T-90 ଟ୍ୟାଙ୍କ । ଚକ୍କର କାଟୁଛି ହେଲିକପ୍ଟର । ପାରା ଡ୍ରପିଂ ଦେଖି ଆଖି ଖୋସି ହୋଇଯାଇଛି । ଲଦାଖ ସୀମାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆଗରେ ବୀରତ୍ବ ପ୍ରଦର୍ଶନ କରୁଛି ସେନା । ରାଜନାଥ ନିଜେ ମଧ୍ୟ ପିକା ମେସିନ୍ ଗନ୍ର ଅପରେଟିଂ ପରଖିୁଛନ୍ତି । ପରେ ଆଇଟିବିପି ଯବାନ ଓ ସ୍ଥଳ ସେନା ଯବାନଙ୍କ ମନରେ ଉତ୍ସାହ ଭରିବା ସହ ହୁଙ୍କାର ଭରିଛନ୍ତି ।  ଆମର ଗୋଟିଏ ଇଞ୍ଚ ଜମି ବି କେହି ନେଇପାରିବେ ନାହିଁ । ଆମେ କେବେହେଲେ କୌଣସି ଦେଶ ଉପରେ ଆକ୍ରମଣ କରିନାହୁଁ କି କୌଣସି ଦେଶର ଜମି ଅଧିକାର କରିନାହୁଁ। କିନ୍ତୁ ଆମ ସ୍ବାଭିମାନ ଉପରେ ଆଖି ପକାଇବାକୁ ଚେଷ୍ଟା କଲେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ରାଜନାଥ ।

{"id":301854,"sizeSlug":"large"}

ଆଜି ସକାଳେ ଭାରତୀୟ ବାୟୁସେନାର ବିଶେଷ ବିମାନ ଯୋଗେ ଲେହ ଏୟାରପୋର୍ଟରେ ପହଞ୍ଚିଥିଲେ ରାଜନାଥ । ଲଦାଖର ସାଂସଦଙ୍କ ସହ ୧୪ତମ କୋର୍ପ ଯବାନ ସ୍ବାଗତ କରିଥିଲେ । ଏହାପରେ ସେନା କ୍ୟାମ୍ପରେ ରାଜନାଥ ପହଞ୍ଚିବା ପରେ ସେଠାରେ ଯୁଦ୍ଧାଭ୍ୟାସ ଦେଖିଥିଲେ । ଉଚ୍ଚ ପାହାଡ ଏବଂ ପ୍ରବଳ ଥଣ୍ଡା ଇଲାକାରେ କିଭଳି ଭାରତୀୟ ସେନା ପ୍ରସ୍ତୁତ ହୋଇଛି ସେନେଇ ସମୀକ୍ଷା କରିଛନ୍ତି ରାଜନାଥ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଲେହ ଗସ୍ତରେ ଯାଇଥିଲେ ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ୍ ବିପିନ ରାୱତ ଏବଂ ସେନାମୁଖ୍ୟ ଏମ୍. ଏମ୍ ନରୱଣେ । ଭାରତ ଚୀନ ମଧ୍ୟରେ ସୈନ୍ୟ ଅପସାରଣ ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲେହ ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ବ ମଧ୍ୟ ରଖୁଛି।

{"id":301855,"sizeSlug":"large"}

କିଛି ଦିନ ତଳେ ଲେହ ଗସ୍ତ କରି ଚୀନକୁ ଚରମବାଣୀ ଶୁଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଜେ ଲେହ ଗସ୍ତ କରିଛନ୍ତି  । ଚୀନକୁ ସିଧା ମେସେଜ ଦେବାକୁ ଚାହୁଁଛି ଭାରତ କୌଣସିବି  ଚାଲବାଜି କଲେ ଭାରତ ଏମିତି ଜବାବ ଦେବ ଯାହାକୁ ଚୀନ ଲୁଚାଇବାକୁ ଚାହିଁଲେ ବି ଲୁଚାଇପାରିବନି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.