ଓଡ଼ିଶା ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Published By : Prameya-News7 Bureau | February 08, 2019 IST

ଭୁବନେଶ୍ବର ୮|୨: ବିଜେପି ଟାର୍ଗେଟରେ ପଶ୍ଚିମବଙ୍ଗ ସାଙ୍ଗକୁ ଓଡ଼ିଶା ବି ଅଛି।  ଓଡ଼ିଶାରେ ବିଜେପିର ଗଡ଼ ମଜଭୁତ କରିବାକୁ ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୧୭ ତାରିଖରେ ରାଜନାଥ ସିଂହ ଆସୁଥିବା ବେଳେ ୨ ଦିନ ପରେ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଆସୁଛନ୍ତି। ଓଡ଼ିଶାରେ ବିଜେପି କର୍ମୀଙ୍କ ମନୋବଳ ବୃଦ୍ଧି କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି।  ମାର୍ଚ୍ଚ ୨ ସୁଦ୍ଧା ୧୪୭ ନିର୍ବାଚନ ମଣ୍ଡଳୀରେ ବିଜେପି ପରିବର୍ତ୍ତନ ସମାବେଶ କରିବ। ଏଥିରେ ୨୨ ଜଣ ହେଭିୱେ  ନେତାଙ୍କ ଓଡ଼ିଶା ଗସ୍ତର ତାଲିକା ପ୍ରସ୍ତୁତ କରିଛି ।  ଫେବ୍ରୁଆରୀ ୧୭ରରେ ରାଜନାଥ ସିଂହ ଭଦ୍ରକରେ ଏକ ରାଲିରେ ଯୋଗ ଦେବେ।  ଏମାନଙ୍କ ସହିତ ଯୋଗୀ  ଆଦିତ୍ୟନାଥ, ରାମକୃପାଳ ଯାଦବ, ଗିରିରାଜ ସିଂହ ପ୍ରମୁଖ ପରବର୍ତ୍ତୀ ସମୟରେ ଆସିବେ।  ସେପଟେ କଳାହାଣ୍ଡି ଓ ରାଉରକେଲା ଗସ୍ତ ପରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ଫେବ୍ରୁଆରୀ ଶେଷ ସପ୍ତାହରେ ରାହୁଲ ଆସିବେ।  ତେବେ ତାଙ୍କର ଗସ୍ତର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.