ପୁଲୱାମା ଆକ୍ରମଣ ପରେ ଆକ୍ସନ ମୁଡ଼ରେ ସରକାର : ସର୍ବଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି, ହୋଇପାରେ ବଡ ଧରଣର ସର୍ଜିକାଲ ଷ୍ଟ୍ରାଇକ

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : କାଶ୍ମୀର ପୁଲବାମାରେ ଆତଙ୍କବାଦ ବିସ୍ଫୋରଣରେ ୪୨ ସିଆରପିଏଫ ଯବାନ ସହିଦ ହେବ ଘଟଣାରେ ପୁରା ଦେଶ ଆକ୍ରୋଶରେ ରହିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ସେନାକୁ ବଦଲା ନେବା ପାଇଁ ଜାଗା ଏବଂ ସମୟ ଠିକ କରିବା ପାଇଁ କହିଛନ୍ତି | ଏନେଇ ଆତଙ୍କବାଦଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ ବସିଛି |


ଶୁକ୍ରବାର ଦିନ ସିସିଏସ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଥିଲେ ଯେ, ଶନିବାର ଦିନ ଗୃହମନ୍ତ୍ରୀ ରାଜନାଥ ସିଂ ସବୁ ଦଳ ସହିତ ବୈଠକ କରିବେ | ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ ଯେ, ସେ ଏବଂ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସରକାର ଏବଂ ଭାରତୀୟ ସେନା ସହିତ ଅଛନ୍ତି | ପାକିସ୍ତାନକୁ କିଭଳି ଏହି ଆକ୍ରମଣର ସଠିକ ଜବାବ ଦିଆଯିବ ସେନେଇ ବୈଠକରେ ଆଲୋଚନା ହେବ | ସର୍ବଦଳୀୟ ବୈଠକ ସଂସଦ ଭବନରେ ଆରମ୍ଭ ହୋଇଛି |


ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହ ଆନନ୍ଦ ଶର୍ମା ଉପସ୍ଥିତ ଅଛନ୍ତି | ଗୁଲାମ ନବୀ ଆଜାଦ କହିଛନ୍ତି ସେମାନେ ସମସ୍ତେ ଭାରତୀୟ ସୁରକ୍ଷା ବାହିନୀଙ୍କ ସହ ଅଛନ୍ତି | ସେ କହିଛନ୍ତି ଯେ, ତାଙ୍କ ଦଳ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ସରକାରଙ୍କୁ ପୁରା ସମର୍ଥନ କରିବ | ଗୁଳ୍ମ ନବୀ ଅଜାଡି ଆହୁରି କହିଛନ୍ତି ଯେ, ଏ ସମୟ ଆଲୋଚନାର ସମୟ ନୁହେଁ |


ବୈଠକରେ ଗୃହ ସଚିବ ରାଜୀବ ଗୌବା, ବିଏସପି ନେତା ସତୀଶ ଚନ୍ଦ୍ର ମିଶ୍ର, ଆରଜେଡି ନେତା ଜେପି ଯାଦବ, ରଙ୍ଗ ରାଜନ, ଫାରୁଖ ଅବଦୁଲ୍ଲାହ, କେ.ବେଣୁଗୋପାଳ, ନରେଶ ଗୁଜରାଲ, ସୂଦୀପ ବନ୍ଦୋପାଧ୍ୟାୟ, ଶରଦ ପୱାର, ଆନନ୍ଦ ଶର୍ମା, ସଞ୍ଜୟ ସିଂହ, ଜ୍ୟୋତିରଦିତ୍ୟ ସିନ୍ଧିଆ ପ୍ରମୁଖ ଉପସ୍ଥିତ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.