ଆସାମ ରାଇଫଲ୍ସ କନଭୋଇ ଆକ୍ରମଣକାରୀଙ୍କୁ ମିଳିବ ଉଚିତ ଜବାବ: ରାଜନାଥ ସିଂହ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧: ମଣିପୁର ଚୁରାଚାନ୍ଦପୁରରେ ଶନିବାର ଆସାମ ରାଇଫଲ୍ସ୍‌ କନଭୋଇ ଉପରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ନେଇ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଏକ କାୟରତା ପୂର୍ଣ୍ଣ ଆକ୍ରମଣ ବୋଲି ରାଜନାଥ ସିଂହ କହିଥିବା ବେଳେ ଏଥିଲାଗି ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ କମାଣ୍ଡିଂ ଅଫିସର (ସିଓ) ଙ୍କ ସମେତ ୫ ଜବାନ ଶହୀଦ ହୋଇଛନ୍ତି। ଏଥିରେ ସିଓଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ପ୍ରାଣ ହରାଇଛନ୍ତି।

wp:embed {"url":"https://twitter.com/rajnathsingh/status/1459458164550606852","type":"rich","providerNameSlug":"twitter","responsive":true}
https://twitter.com/rajnathsingh/status/1459458164550606852
/wp:embed

ଏହି ଆକ୍ରମଣ ଘଟଣା ଚୁରାଚାନ୍ଦପୁର ଜିଲ୍ଲା ସିଙ୍ଗନଗାଟର ସେହକେନ ଗାଁ ନିକଟରେ ହୋଇଥିଲା। ଏଥିରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ହୋଇଥିବା ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ୟୁପିଲ୍ସ ଲିବରେସନ ଆର୍ମି (ପିଏଲଏ) ଏହି ଆକ୍ରମଣର ଜିମ୍ମା ନେଇଛି। ପୂର୍ବୋତ୍ତର ମଣିପୁରରେ ଏହି ସଙ୍ଗଠନ ୧୯୭୮ ମସିହାରେ ଗଠିତ ହୋଇଥିଲା। ତେବେ ପରେ ଭାରତ ସରକାର ଏହାକୁ ଆତଙ୍କବାଦ ସଙ୍ଗଠନ ଭାବେ ନିଷିଦ୍ଧ ଘୋଷଣା କରିଛନ୍ତି।

wp:embed {"url":"https://twitter.com/NBirenSingh/status/1459447402021093377","type":"rich","providerNameSlug":"twitter","responsive":true}
https://twitter.com/NBirenSingh/status/1459447402021093377
/wp:embed

ଆକ୍ରମଣକୁ ମଣିପୁର ମୁଖ୍ୟମନ୍ତ୍ରୀ ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍‌ କରିଥିବା ବେଳେ ସିସିପୁର ସିଓ, ତାଙ୍କ ପରିବାର ଓ ସହିଦ ଜବାନଙ୍କ ଲାଗି ଶୋକ ପ୍ରକଟ କରିଛନ୍ତି। ରାଜ୍ୟରେ ଅର୍ଦ୍ଧସୈନିକ ବଳ ଓ ପୋଲିସ ଦୀର୍ଘ ସମୟରୁ ଆତଙ୍କବାଦୀଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ଖୁବ୍ ଶୀଘ୍ର ଆକ୍ରମଣକାରୀ ଧରାପଡିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.