କର୍ଣ୍ଣାଟକର କାରୱାର ହେବ ଏସିଆର ସର୍ବ ବୃହତ୍ତ ନୌସେନା ଘାଟି: ରାଜନାଥ ସିଂହ

Published By : Prameya-News7 Bureau | June 24, 2021 IST

କାରୱାର ୨୪।୬: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କାରୱାରରେ ନୌସେନା କୂଟନୈତିକ ସ୍ତରରେ ଭାରତର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହୋଇଥିବା କହିଛନ୍ତି। ଏଣୁ ଆଗାମୀ ୧୦ରୁ ୧୨ ବର୍ଷରେ ଭାରତୀୟ ନୌସେନାକୁ ବିଶ୍ୱର ୩ ଶୀର୍ଷ ନୌସେନା ମଧ୍ୟରେ ସାମିଲ ହେବାକୁ ପଡିବ ବୋଲି ରାଜନାଥ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମୁଁ ଦୃଢ ଆଶାବାଦୀ ବୋଲି ସେ କହିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ଗୁରୁବାର  କର୍ଣ୍ଣାଟକର କାରୱାର  ସମେତ କୋଚ୍ଚି ନୌସେନାଘାଟି ମଧ୍ୟ ଗସ୍ତ କରିଛନ୍ତି।

{"id":470760,"sizeSlug":"large","linkDestination":"none"}

ରାଜନାଥ କହିଛନ୍ତି ଯେ କେବଳ ରକ୍ଷାଶକ୍ତି ନୁହେଁ ବୈଶ୍ୱିକ ହୀତ ଲାଗି ଭାରତୀୟ ନୌସେନା ସାଗର ସହ ଆମର ସମ୍ପର୍କକୁ ଲଗାତାର ମଜଭୁତ କରିଛି। ଆଜି ନୌସେନାଙ୍କ ମହତ୍ୱାକାଙକ୍ଷୀ ପ୍ରକଳ୍ପ ସିବର୍ଡକୁ ନିକଟରୁ ଦେଖିବା ସହ ଆପଣମାନଙ୍କ ଗହଣରେ ନିଜକୁ ବେଶ ଉତଫୁଲ୍ଲିତ ମନେ କରୁଥିବା ରାଜନାଥ କହିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଆମର ସୁରକ୍ଷା ପ୍ରସ୍ତୁତି ସମେତ ଆମର ବ୍ୟବସାୟ, ଅର୍ଥ ବ୍ୟବସ୍ଥା ଓ ମାନବୀୟ ସହଯୋଗରକୁ  ଆହୁରି ବିସ୍ତାର ମିଳିବ ବୋଲି ସେ କହିଛନ୍ତି।

wp:embed {"url":"https://twitter.com/rajnathsingh/status/1408029576945565699","type":"rich","providerNameSlug":"twitter","responsive":true,"className":""}
https://twitter.com/rajnathsingh/status/1408029576945565699
/wp:embed

ସେହିପରି ସେ କାରୱାର ନୌସେନା ଘାଟିକୁ ନେଇ ଏହା କେବଳ ଭାରତର ନୁହେଁ ଏସିଆର ସର୍ବ ବୃହତ୍ତ ନୌସେନା ଘାଟିରେ ପରିଣତ ହେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏଥିଲାଗି ଯଦି ବଜେଟ ବଢାଇବାକୁ ପଡେ ଏଥିରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଆଗାମୀ ଦିନରେ କୌଣସି ଦେଶର ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଏଣୁ ଆଗାମୀ ସମୟ ଲାଗି ନୌସେନା ପ୍ରସ୍ତୁତ ହେଉ, ଏହାର କ୍ଷମତା ଆହୁରି ବୃଦ୍ଧି ହେଉ ଓ ବାକି ସେନା ସହ ନୌସେନାର ତେଳମେଳ ଯେପରି ବଢେ ସେ ନେଇ ରାଜନାଥ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.