ମସ୍କୋରୁ ଦିଲ୍ଲୀ ବଦଳେ ତେହେରାନ୍ ଗସ୍ତକରି ଇରାନ୍ ରକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଜନାଥ

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୬।୯: ମସ୍କୋରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ବୈଠକରୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସିଧା ତେହେରାନ ଗସ୍ତ କରିଛନ୍ତି। ଏହି ଗସ୍ତକାଳରେ ରାଜନାଥ ଇରାନ ରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନେରାଲ ଅମୀର ହାତମୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାପଡିଛି। ଏସସିଓ ସମୂହର ଇରାନ ପର୍ଯ୍ୟବେକ୍ଷକ ରାଷ୍ଟ୍ର। ଏଣୁ ରାଜନାଥଙ୍କ ଏହି  ସାକ୍ଷାତ ଆଲୋଚନାକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

{"id":325801,"sizeSlug":"large"}

ମସ୍କୋ ଏସସିଓ ବୈଠକରେ ଚୀନ୍‌ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ ୱେଇ ଫେଙ୍ଗହୀଙ୍କ ସହ ରାଜନାଥଙ୍କ ଦୀର୍ଘ ଆଲୋଚନା ହୋଇଥିଲା।  ତେବେ ସୀମାରେ ଦୁଇ ପଡୋଶୀ ଚୀନ୍‌ ଓ ପାକିସ୍ତାନ ସବୁ ବେଳେ ଯୁଦ୍ଧ ପ୍ରସ୍ତୁତିରେ ରହୁଥିବା ଯୋଗୁ ରାଜନାଥ ମସ୍କୋରୁ ନୂଆଦିଲ୍ଲୀ ଫେରିବା ବଦଳେ ସିଧା ଇରାନ ଯାତ୍ରା କରିଥିଲେ। ଇରାନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ପ୍ରାୟ ୧ ଘଣ୍ଟା ୨୦ ମିନିଟ୍‌ ର ଦୀର୍ଘ ଚର୍ଚ୍ଚା ପରେ ରାଜନାଥ ଦିଲ୍ଲୀ ଫେରି ଆସିଥିବା ବେଳେ ଏହି ସାକ୍ଷାତ ଆଲୋଚନା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚିତ କରାଯାଇଛି।

{"id":325802,"sizeSlug":"large"}

ଇରାନ ସୀମାକୁ ଲାଗି ରହିଛି ପାକିସ୍ତାନ। ଏଥିରେ ପାକିସ୍ତାନ ଭାରତ ବିରୋଧରେ ଚୀନ୍‌କୁ ସମର୍ଥନ କରୁଥିବାରୁ ରାଜନାଥଙ୍କ ଗୋଟିଏ ସନ୍ଦେଶରେ ଇରାନ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନା ଏବେ ପାକିସ୍ତାନ ଓ ଚୀନ୍‌ ଲାଗି ଚିନ୍ତାର ବିଷୟ ପାଲଟିଛି। ରାଜନାଥଙ୍କ ଏହି ଗସ୍ତ ବ୍ୟବସାୟୀକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଇରାନ ଚାବହାରରେ ଭାରତ ଏକ ବନ୍ଦର ବିକାଶ କରୁଛି। ଏଠାରୁ ଭାରତ ଋଷିଆ ସମେତ ତାଜାକିସ୍ତାନ, ତୁର୍କିମେନିସ୍ତାନ, କାଜାକିସ୍ତାନ ଓ ଉଜବେକିସ୍ତାନ ସହ ସିଧାଶଳଖ ବ୍ୟବସାୟୀକ ସମ୍ପର୍କ ସ୍ଥାପନା କରିବା ସହ ଆବଶ୍ୟକ ସ୍ଥଳେ ପାକିସ୍ତାନ ଓ ଚୀନ୍‌ ମୁକାବିଲା ଲାଗି ମଧ୍ୟ ବନ୍ଦର ଉପଯୋଗ ହେବ।

wp:html /wp:html

ଏସସିଓ ବୈଠକରେ ରାଜନାଥ ଚୀନ୍‌ ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏଲଏସିରେ ଉପୁଜିଥିବା ପରିସ୍ଥିତିକୁ ଦାୟିତ୍ୱର ସହ ପରିଚାଳନା ଜରୁରି ବୋଲି କହିଥିଲେ। ଏଭଳି ପରିସ୍ଥିତିରେ କୌଣସି ପକ୍ଷ ଏପରି କିଛି କରିବା ଅନୁଚିତ ଯାହା ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ରାଜନାଥ କହିଥିଲେ। ହେଲେ ଚୀନ୍‌ ପ୍ରତିରକ୍ଷାମନ୍ତ୍ରୀଙ୍କ ଲାଚାରୀ ଅନୁଭବ କରିବା ପରେ ଏସସିଓ ପର୍ଯ୍ୟବେକ୍ଷକ ରାଷ୍ଟ୍ରର ପ୍ରତିରକ୍ଷାମନ୍ତ୍ରୀ ତଥା ସହଯୋଗୀ ରାଷ୍ଟ୍ର ଇରାନ ସହ ରାଜନାଥ ଆଲୋଚନା କରିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.