Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆଜି ଠାରୁ ଆରମ୍ଭ ହେଉଛି ରାଜକୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ପ୍ରସ୍ତୁତି ! ଏହି ସ୍ଥାନରେ ହେବ ବିବାହ…

10/11/2021 at 8:27 AM

ମୁମ୍ବାଇ ୧୦।୧୧  : ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ବିଷୟରେ ଏକ ବଡ ଖବର ଆସିଥିଲା । ରାଜକୁମାର ଓ ପତ୍ରଲେଖା ବିବାହ କରିବାକୁ ଯାଉଛନ୍ତି । ଯେଉଁଥି ପାଇଁ ଦୁହିଁଙ୍କ ଖୁବ୍‌ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ବର୍ତ୍ତମାନ ଦୁହିଁଙ୍କର ଫଟୋ ଓ ଭିଡିଓ ଖୁବ୍‌ଭାଇରାଲ ହେବାରେ ଲାଗିଛି। କେତେକ ରିପୋର୍ଟ ଅନୁଯାୟୀ, ଆଜି ଅର୍ଥାତ୍ ନଭେମ୍ବର ୧୦ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ରାଜକୁମାର ଏବଂ ପତ୍ରଲେଖା ସେମାନଙ୍କ ବିବାହ କାର୍ଯ୍ୟରେ ବ୍ୟସ୍ତ ରହିବେ । ଏହି ଦମ୍ପତିଙ୍କ ବିବାହ ସ୍ଥାନ ମଧ୍ୟ ସାମ୍ନାକୁ ଆସିଛି।

ତେବେ ରିପୋର୍ଟ ଅନୁଯାୟୀ ଏହି ଦମ୍ପତି ବିବାହ ପାଇଁ ପୂର୍ବ ଦିନ ଚଣ୍ଡିଗଡ଼ରେ ନିଜ ଘରକୁ ଯାଇଥିଲେ। ଏଥିରୁ ସ୍ପଷ୍ଟ ଯେ ଦୁହେଁ ନିଜେ ଚଣ୍ଡିଗଡ଼ରେ ବିବାହ କରିବାକୁ ଯାଉଛନ୍ତି। ତେବେ ରାଜକୁମାର ଏବଂ ପତ୍ରଲେଖା ଏପର୍ଯ୍ୟନ୍ତ କୌଣସି ପ୍ରକାରର ଅଫିସିଆଲ ଘୋଷଣା କରିନାହାଁନ୍ତି। ଏଥି ସହିତ, ଏହି ଦମ୍ପତିଙ୍କ ବିବାହ ସମ୍ବନ୍ଧରେ ଦାବି କରାଯାଉଛି ଯେ  ଖୁବ୍‌ ଶୀଘ୍ର ଏହାର ଉତ୍ତର ମଧ୍ୟ ମିଳିବ ।

ବାସ୍ତବରେ ଏକ ସୂତ୍ରରୁ ପ୍ରକାଶ ଯେ ରାଜକୁମାର ରାଓ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ଚଣ୍ଡିଗଡ଼ରେ ବିବାହ କରିବେ। “ରାଜକୁମାର ରାଓ ଏବଂ ପତ୍ରଲେଖା ଏକ ଅନ୍ତରଙ୍ଗ ସମାରୋହରେ ବିବାହ କରିବାକୁ ଯାଉଛନ୍ତି। ସେମାନେ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମନୋନୀତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ ପତ୍ରଲେଖାଙ୍କ ପରିବାର ଶୀଲୋଙ୍ଗରୁ ଆସି ସାରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଏହି ଦମ୍ପତି ନଭେମ୍ବର ୧୧-୧୨ ରେ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ଏହି ଦମ୍ପତି ବିବାହକୁ ଛୋଟ ଏବଂ ବ୍ୟକ୍ତିଗତ ରଖିବାକୁ ଚାହୁଁଥିଲେ। ତେଣୁ ସେମାନଙ୍କର ଏକ ସୀମିତ ଅତିଥିର ତାଲିକା ଅଛି ଏବଂ ସେମାନେ ଚଣ୍ଡିଗଡ଼କୁ ବାଛିଛନ୍ତି ବୋଲି ଶୁଣିବାକୁ ମିଳିଛି ।

   Related Posts