Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ପରୀ ଭଳି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ସହ ବୁଲାବୁଲି କରୁଛନ୍ତି ଏହି ଟେଲେଣ୍ଟେଡ ଅଭିନେତା, ଶୀଘ୍ର କରିପାରନ୍ତି ବିବାହ…

13/02/2019 at 12:07 PM

ମୁମ୍ୱାଇ୧୩|୨: ହିନ୍ଦି ସିନେମା ଜଗତରେ ଏମିତି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯାହାଙ୍କ ସମ୍ପୂର୍ଣ୍ଣ ପରିବାର ଫିଲ୍ମି ଦୁନିଆ ସହ ଜଡିତ। ଆଜିକାଲିର ଷ୍ଟାରଙ୍କ ମଧ୍ୟରୁ ଅନେକ ନିଜ ବାପାଙ୍କ ଦମରେ ବଲିଉଡରେ ଛାଇଛନ୍ତି ତ କିଏ ନିଜ ଦମରେ ସଫଳତା ହାସଲ କରିଛନ୍ତି। ଜାଣନ୍ତୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ ଯଏ ନିଜ ପ୍ରତିଭା ଓ କଠିନ ପରିଶ୍ରମ ଯଗୁଁ ବଲିଉଡରେ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି ଆଉ ଏବେ ପରୀଠୁ ବି ସୁନ୍ଦରୀ ଗର୍ଲ ଫ୍ରେଣ୍ଡଙ୍କୁ ନେଇ ପାଳୁଛନ୍ତି ଭାଲେଣ୍ଟାଇନ ସପ୍ତାହ ।

ରାଜକୁମାର ରାଓ ରାଜକୁମାର ଯାଦବ ନାଁରେ ମଧ୍ୟ ପରିଚିତ। ଅଭିନେତା ରାଜକୁମାର ଆଜି ଦିନରେ ଲୋକଙ୍କ ଦିଲ୍‌ରେ ରାଜ କରନ୍ତି। ଅଭିନୟ ପାଇଁ ସେ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛନ୍ତି। ୟୁନିଭରସିଟି ଅଫ ଦିଲ୍ଲୀରୁ ପଢା ସାରି ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଂଡିଆରୁ ଅଭିନୟରେ ସ୍ନାତକ କରିଥିଲେ। ୨୦୧୦ ମସିହାରେ “ଲଭ ସେକ୍ସ ଧୋକା” ଫିଲ୍ମରୁ ସେ ବଲିଉଡରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା “କାଏ ପୋ ଛେ” ସିନେମାରେ ତାଙ୍କ ଅଭିନୟ ପାଇଁ ବହୁ ଚର୍ଚ୍ଚାରେ ଥିଲେ।

ଏବେ କିଛି ଦିନ ପୂର୍ବରୁ ରାଜକୁମାରଙ୍କୁ ତାଙ୍କ ପ୍ରେମିକାଙ୍କ ସହ ସ୍ପଟ କରାଯାଇଥିଲା। ରାଜକୁମାରଙ୍କ ଗର୍ଲଫ୍ରେଣ୍ଡ ପତ୍ରଲେଖା ବହୁତ ଆଗରୁ ପରସ୍ପରଙ୍କୁ ଡେଟ କରୁଛନ୍ତି। ପତ୍ରଲେଖା ମଧ୍ୟ ଜଣେ ବଲିଉଡ ଅଭିନେତ୍ରୀ। ସିଟିଲାଇଟ୍‌ସ ଚଳଚ୍ଚିତ୍ରରୁ ସେ ବଲିଉଡରେ ପାଦ ଦେଇଥିଲେ। ରାଜକୁମାରଙ୍କ ସହ ଫିଲ୍ମ ସିଟିଲାଇଟ୍‌ସରେ ଡେବ୍ୟୁ କରିଲା ପରେ ଉଭୟଙ୍କ ଡେଟିଂ ଆରମ୍ଭ ହୋଇଥିଲା। ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସବୁ ପାର୍ଟି ଫଙ୍କସନରେ ମଧ୍ୟ ଉଭୟଙ୍କୁ ଏକା ସହ ଦେଖିବାକୁ ମିଳିଛି। ଉଭୟଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସୂଚନାଯୋଗ୍ୟ ଯେ ଦୁହିଁଙ୍କ ବିବାହ ଶୀଘ୍ର ହେବାକୁ ଯାଉଛି।

   Related Posts