ରାଜକୁମାର-ପତ୍ରଲେଖାଙ୍କ ପାରମ୍ପରିକ ବିବାହ: ବାକି ରହିଲା ୨ ଦିନ, ଜୋରସୋରରେ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | November 08, 2021 IST

ମୁମ୍ବାଇ ୦୮/୧୧ : ଭିକ୍କି କୌଶଲ-କ୍ୟାଟ୍ରିନା କୈଫ ଓ ରଣବୀର କପୁର-ଆଲିଆ ଭଟ୍ଟଙ୍କ ବାହାଘର ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ପତ୍ରଲେଖାଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ବହୁ ପୂର୍ବରୁ ସମ୍ପର୍କରେ ଅଛନ୍ତି ଏବଂ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜକୁମାର ନଭେମ୍ବରରେ ବାହାହେବାକୁ ଯାଉଛନ୍ତି। ବାହାଘର କାର୍ଯ୍ୟକ୍ରମ ୧୦,୧୧ ଓ ୧୨ ତାରିଖରେ ହେବ। ଦୁହେଁ ରାଜସ୍ଥାନ ରାଜଧାନୀ ଜୟପୁରରେ ପାରମ୍ପରିକ ତରିକାରେ ବିବାହ କରିବେ।

{"id":540709,"sizeSlug":"full","linkDestination":"none"}

ରିପୋର୍ଟ ଅନୁଯାୟୀ, ବାହାଘର ନିମନ୍ତ୍ରଣ ଦିଆଯାଉଛି ଏବଂ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବାହାଘର ସମାରୋହରେ କେବଳ ତାଙ୍କ ନିକଟ ସମ୍ପର୍କୀୟ ସାମିଲ ହେବେ। ରାଜକୁମାର ଓ ପତ୍ରଲେଖା ୧୦ ବର୍ଷ ହେଲା ପରସ୍ପରଙ୍କୁ ଡେଟ କରୁଛନ୍ତି। ମଝିରେ ଉଭୟଙ୍କ ବ୍ରେକଅପ ହୋଇଯାଇଥିବା ଗୁଜବ ମଧ୍ୟ ହୋଇଥିଲା। ରାଜକୁମାର ରାଓ କେବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରନ୍ତିନି। କିନ୍ତୁ ପତ୍ରଲେଖାଙ୍କ ପ୍ରତି ନିଜ ଭଲପାଇବା ଦର୍ଶାଇବାରେ ବି କେବେ ପଛଘୁଞ୍ଚା ଦିଅନ୍ତିନି।

{"id":540704,"width":667,"height":444,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.