ମୟୂରଭଞ୍ଜ ବିଜେପିକୁ ବଡ଼ ଝଟକା : ପଦ୍ମ ଛାଡିଲେ ରାଜକିଶୋର ଦାସ

Published By : Prameya-News7 Bureau | March 24, 2019 IST

ମୟୂରଭଞ୍ଜ  ୨୪/୩: ମୟୂରଭଞ୍ଜ ଜିଲ୍ଲା ବିଜେପିକୁ ବଡ଼ ଝଟକା। ପଦ୍ମ ଛାଡିଲେ ବିଜେପିର ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ । ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମୋରଡା ବିଧାନସଭା  ଆସନ ପାଇଁ ଆଶାୟୀ ଥିଲେ ରାଜକିଶୋର। ତାଙ୍କୁ ଟିକେଟ୍ ନମିଳିବାରୁ ସେ ବିଜେପି ଛାଡିଛନ୍ତି ।

ତେବେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଦୀର୍ଘ ଦିନ ଦଳରେ ଥାଇ ପୁରା ମୟୁରଭଞ୍ଜ ଜିଲ୍ଲାରେ ବିଜେପିକୁ ସେ ସୁଦୃଢ କରିଥିଲେ। ଦଳ ତାଙ୍କ ପ୍ରତି  ଘୋର ଅନ୍ୟାୟ କରିଥିବାରୁ ସେ ବିଜେପି ଛାଡୁଥିବା ରାଜକିଶୋର କହିଛନ୍ତି ।  ରାଜକିଶୋର ଦଳ ଛାଡିବା ପରେ  ସାରା ମୟୁରଭଞ୍ଜ ଜିଲ୍ଲାରେ ବିଜେପି ପ୍ରତି ବଡ ବୁମେଂରା ହେବ ବୋଲି  ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.