ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ରାଜକିଶୋର ଦାସ ଓ ବୃନ୍ଦାବନ ଦାସ

Published By : Prameya-News7 Bureau | April 08, 2019 IST

ବାରିପଦା ୮/୪ : ଆଜି ବାରିପଦା ଜିଲ୍ଲାପାଳ କର୍ଯ୍ୟାଳୟରେ ହେଉଛି ନାମାଙ୍କନ ପତ୍ର ଦାଖଲ । ଆଜି ଗୋଟିଏ ଦିନରେ ପ୍ରାୟ ସମସ୍ତ ପ୍ରମୂଖ ଦଳ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପାଖରେ ଲୋକସଭା ପ୍ରାର୍ଥୀଙ୍କ ନାମାଙ୍କନ ହେଉଥିବାବେଳେ ବାରିପଦା ଓ ବଡସାହିର ବିଧାୟକ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ କାର୍ଯ୍ୟାଳୟରେ ହେଉଅଛି ।

{"id":101439}

ସେହିପରି ଏଡିଏମ (୧) ଆବୋଲି ନାରାଓ୍ୱଣେଙ୍କ ପାଖରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଦାଖଲ ହେଉଥିବା ବେଳେ ଏଡିଏମ (୨) ବ୍ରଜବନ୍ଧୁ ଭୋଳଙ୍କ ନିକଟରେ ମୋରୋଡା ନିର୍ବାଚନ ମଣ୍ଡଳୀର ନାମାଙ୍କନ ହେିଉଅଛି । ସୂଚନା ଅନୁଯାୟି ଲୋକସଭା ଆସନ ଲାଗି ୧୨ଟି, ବାରିପଦା ବିଧାନସଭା ଲାଗି ୭ଟି, ବଡସାହି ଲାଗି ୬ଟି ଏବଂ ମୋରୋଡା ଓ ବାଙ୍ଗିରିପୋଷି ଲଗି ୧୨ ଟି ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ ହେବ । ପ୍ରମୂଖ ନେତାଙ୍କ ମଧ୍ୟରେ ବିଜେଡି ଲୋକସଭା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ବିଜେପିର ବିଶେଶ୍ୱର ଟୁଡୁ, ଜେଏମଏମର ଅଞ୍ଜଳୀ ସୋରେନ ନାମାଙ୍କନ କରୁଛନ୍ତି ।

{"id":101440}

ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡି ଟିକଟରେ ବାରିପଦାରୁ ସରୋଜିନୀ ହେମ୍ବ୍ରମ, ମୋରୋଡାରୁ ରାଜକିଶୋର ଦାସ, ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି ଓ ବଡସାହିରୁ ବୃନ୍ଦାବନ ଦାସ ନାମାଙ୍କନ କରୁଛନ୍ତି । ସେହିପରି ବିଜେପିରେ ବାରିପଦାରୁ ପ୍ରକାଶ ସୋରେନ, ମୋରୋଡାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷିରୁ ସୁଗୁଦା ମାରାଣ୍ଡି ଓ ବଡସାହିରୁ ସନାତନ ବିଜୁଳିଙ୍କ ପ୍ରାର୍ଥିୀପତ୍ର ଦାଖଲ ହେବ । କଂଗ୍ରେସ ଦଳର ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ଆସନ୍ତାକାଲି ହେବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.