ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା, AGMରେ ହେବ ଆନୁଷ୍ଠାନିକ ଘୋଷଣା

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮/୧୨ : ପୂର୍ବତନ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ପୁଣି ଥରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ର ଉପାଧ୍ୟକ୍ଷ ହେବାକୁ ଯାଉଛନ୍ତି । ତାଙ୍କୁ ଉପାଧ୍ୟକ୍ଷ କରାଯିବା ଆପାତତ୍ ନିଶ୍ଚିତ ହୋଇସାରିଛି । ବିସିସିଆଇ ଏଜିଏମ୍‌ରେ ଏହାର ଆନୁଷ୍ଠାନିକ ଘୋଷଣା କରିବ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ଏନ ଶ୍ରୀନିବାସନଙ୍କ ସମୟରେ ରାଜୀବ ଶୁକ୍ଲା  ଉପାଧ୍ୟକ୍ଷ ଥିଲେ । ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପରିଚାଳନା ପରିଷଦର ଚେୟାରମ୍ୟାନ୍ ମଧ୍ୟ ଥିଲେ ।

ଏହି ପଦ ପାଇଁ ସର୍ବସମ୍ମତିକ୍ରମେ କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଲାଙ୍କୁ ଚୟନ କରିବାକୁ ସଦସ୍ୟମାନେ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ସଭାପତି ରୋହନ ଜେଟଲୀଙ୍କ ଦ୍ବାରା ରାଜୀବ ଶୁକ୍ଲାଙ୍କ ନାଁକୁ ପ୍ରସ୍ତାବ ଦିଆଯାଇଥିଲା ଯାହା ଉତ୍ତରାଖଣ୍ଡର ମହିମ ଭର୍ମାଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା ।

ମହିମ ଭର୍ମା ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାଜୀବ ଶୁକ୍ଲା ଏହି ପଦ ଗ୍ରହଣ କରିବାର ସମ୍ଭାବନା ରହିଥିଲା । ୨୪ ଡିସେମ୍ବରରେ ଅହମ୍ମଦାବାଦରେ ହେବାକୁ ଥିବା ବିସିସିଆଇର ବାର୍ଷିକ ସାଧାରଣ ସଭାରେ ଶୁକ୍ଲାଙ୍କ ଆନୁଷ୍ଠାନିକ ନିର୍ବାଚନ ଅନୁଷ୍ଠିତ ହେବ । ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ୍ ପଟେଲ ଏବଂ ଖୈରୁଲ ଜମାଲ ମଜୁମଦାରଙ୍କୁ ପୁଣି ଥରେ ଆଇପିଏଲ୍ ପରିଚାଳନା ପରିଷଦରେ ଚୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.