Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁପିଏ ଶାସନକାଳରେ ୬ଟି ସର୍ଜିକାଲ ଷ୍ଟ୍ରାଇକ ହୋଇଥିବା କହିଲା କଂଗ୍ରେସ : କେବେ ଓ କେଉଁଠି ହୋଇଥିଲା ଜାଣନ୍ତୁ

2/05/2019 at 7:14 PM

ନୂଆଦିଲ୍ଲୀ ୨/୫ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ରାଜୀବ ଶୁକ୍ଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୟୁପିଏ ଶାସନକାଳରେ ୬ଟି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା | ଅଟଳ ବିହାରୀ ବାଜପେୟୀଙ୍କ ଶାସନକାଳରେ ୨ଟି ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ | ଭାରତ କେଉଁ କେଉଁ ତାରିଖରେ ସର୍ଜିକାଲ ଷ୍ଟିକ କରିଥିଲା ସେ ତାରିଖ ମଧ୍ୟ କହିଛନ୍ତି ରାଜୀବ ଶୁକ୍ଲା | ସେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି କହିଥିଲେ ଯେ, ୟୁପିଏ ସରକାର ୬ଟି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ମଧ୍ୟ ସେ ଚାଟି ପିଟି ଗର୍ବ କରୁଛି | କିନ୍ତୁ ଯିଏ ଗୋଟିଏ ମାତ୍ର ସର୍ଜିକାଲ ଷ୍ଟ୍ରାଇକ କରିଛି ସେ ବର୍ତ୍ତମାନ ସାବାସୀ ନେଉଛି | ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କି ଅଟଳ ବିହାରୀ ବାଜପେୟୀ ସର୍ଜିକାଲ ଷ୍ଟ୍ରାଇକକୁ ନେଇ କେବେ ସାମ୍ବାଦିକ ସମ୍ମିଳନୀ କରିନଥିଲେ | ବାଜପେୟୀଙ୍କ ସରକାର ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଶାସନରେ ଥିଲେ | ୟୁପିଏ ସରକାର ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲା |


ଆସନ୍ତୁ ଜାଣିବା ୟୁପିଏ ସରକାରଙ୍କ ଅମଳରେ କେବେ କେବେ ସ୍ୱେଜିକାଲ ଷ୍ଟ୍ରାଇକ ହୋଇଥିଲା : ରାଜୀବ ଶୁକ୍ଲା କହିଛନ୍ତି ଯେ, ୟୁପିଏ ସରକାରଙ୍କ ସମୟରେ ପ୍ରଥମଥର ପାଇଁ ୨୦୦୮ ମସିହା ଜୁନ ୧୯ ତାରିଖରେ ହୋଇଥିଲା | ଜାମ୍ମୁ କାଶ୍ମୀର ପୁଂଛ ସ୍ଥିତ ଭଟ୍ଟାଲ ସେକ୍ଟରରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା | ଦ୍ୱିତୀୟଥର ପାଇଁ ୨୦୧୧ ମସିହା ସେପ୍ଟେମ୍ବର ୧ ତାରିଖରେ କେଲର ନିଲାମ ନଦୀ ନିକଟରେ କରାଯାଇଥିଲା |


ତୃତୀୟଥର ୨୦୧୩ ମସିହା ଜାନୁଆରୀ ୬ ତାରିଖରେ ସାବନ ପତ୍ରା ଚେକପୋଷ୍ଟରେ କରାଯାଇଥିଲା | ଚତୁର୍ଥ ସର୍ଜିକାଲ ଷ୍ଟ୍ରାଇକ ୨୦୧୩ ମସିହା ଜୁଲାଇ ୨୭-୨୮ ତାରିଖରେ କରାଯାଇଥିଲା | ପଞ୍ଚମ ଥର ସେହି ବର୍ଷ ଅଗଷ୍ଟ ୬ ତାରିଖରେ ନିଲାମ ଭ୍ୟାଲିରେ ଏବଂ ଷଷ୍ଠ ଥର ୨୦୧୪ ମସିହା ଜାନୁଆରୀ ୧୪ ତାରିଖରେ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ରାଜୀବ ଶୁକ୍ଲା | ଶୁକ୍ଲାଙ୍କ ଅନୁଯାୟୀ, ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ଦୁଇଟି ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା | ପ୍ରଥମ ଥର ୨୦୦୦ ମସିହା ଜାନୁଆରୀ ୨୧ ତାରିଖରେ ନାଡଲା ଏନକ୍ଳେଭ ଓ ଦ୍ୱିତୀୟଟି ୨୦୦୩ ମସିହା ସେପ୍ଟେମ୍ବର ୧୮ ତାରିଖରେ ପୁଂଛ ସେକ୍ଟରରେ ହୋଇଥିଲା |

ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ଦ୍ୱାରା ଵାଲାକୋଟରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପ୍ରସଙ୍ଗ ଜୋର କଂଗ୍ରେସ ଓ ବିଜେପି ସରକାର ମଧ୍ୟରେ ଧରିଥିଲା | ୨୦୧୬ ମସିହାରେ ଉରୀରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତୀୟ ସେନା ଏକ ସାମ୍ବାଦିକ ସମ୍ମିଳନୀ କରି ସର୍ଜିକାଲ ଷ୍ଟ୍ରାଇକର ତଥ୍ୟ ବଖାଣିଥିଲେ |

   Related Posts