ରାଜୀବ କୁମାର ହେଲେ ନିର୍ବାଚନ କମିଶନର, ପୂର୍ବରୁ ସମ୍ଭାଳିଛନ୍ତି ଅର୍ଥ ବିଭାଗ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ, ୨୨|୦୮  : ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ରାଜୀବ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ପ୍ରକଳ୍ପ ଓ ଯୋଜନାରେ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଅଶୋକ ଲାଭାସା ନିଜ ପଦବୀରୁ ଇସ୍ତଫା ଦେବା ପରେ ନିର୍ବାଚନ କମିଶନର ପଦ ଖାଲି ରହିଥିଲା ।

୧୯୮୪ ବ୍ୟାଚର ଝାଡଖଣ୍ଡ କ୍ୟାଡର ଆଇଏଏସ ଅଫିସର ରାଜୀବ କୁମାର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ଅଶୋକ ଲାଭାସାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧, ୨୦୨୦ରେ ଶେଷ ହୋଇଥାନ୍ତା । ଏହାପୂର୍ବରୁ ସେ ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏବେ ତାଙ୍କୁ ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କର ଉପ ସଭାପତି ଭାବେ ଦାୟିତ୍ୱ ମିଳିଛି ।

ରାଜୀବ କୁମାର ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ସୁଧାର ଆଣିଥିଲେ । ସେ ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ସୁଧାର ଆଣିଥିଲେ । ଏହାସହ ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ମିଶ୍ରଣ କରିବା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏପରିକି ସେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.