Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯାଇ ପାରିବନି – କେନ୍ଦ୍ର ସରକାର

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୭ ଜଣ କଏଦୀଙ୍କୁ ମୁକ୍ତ କରାଯାଇ ପାରିବନି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର। କଏଦିଙ୍କୁ ମୁକ୍ତ କଲେ ଦେଶବ୍ୟାପୀ ଭୁଲ ବାର୍ତ୍ତା ଯିବ ବୋଲି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର। ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବନ୍ଦୀଙ୍କୁ ମୁକ୍ତ କରାଗଲେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିବ। ସହ ସମାଜରେ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ରାଜୀବ ଗାନ୍ଧିଙ୍କ ୭ ଜଣ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ତାମିଲନାଡୁ ସରକାର। କିନ୍ତୁ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ କଏଦୀମାନଙ୍କୁ ମୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରିଆସୁଛି। ୧୯୯୧ ମସିହାରେ ତାମିଲନାଡୁରେ ଏକ ନିର୍ବାଚନୀ ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ ଯୋଗୁଁ ରାଜୀବ ଗାନ୍ଧିଙ୍କ ମୃତ୍ୟୁ ହୋଇଥିଲା |

297 Views

   ସମ୍ବନ୍ଧିତ ଖବର