ଖେଳ ରତ୍ନ ପାଇଁ ୨ କ୍ରିକେଟରଙ୍କ ନାଁ ସୁପାରିଶ କଲା BCCI, ହକି ତାରକା ସୁନୀଲ ଛେତ୍ରୀ ବି ସାମିଲ

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୦୧/୦୭ : କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ କ୍ରିକେଟର ସର୍ବୋଚ୍ଚ ସମ୍ମାନ ‘ଖେଳ ରତ୍ନ’ ପ୍ରଦାନ କରାଯାଇଥାଏ । ୨୦୨୧ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଧ୍ୟ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାର ପାଇଁ ଦୁଇ ଖେଳାଳିଙ୍କ ନାଁ ସୁପାରିସ୍ କରିଛି ।

ତେବେ ସର୍ବପ୍ରଥମମେ ଭାରତୀୟ ମହିଳା କ୍ରିକେଟ୍ ଟିମର କ୍ୟାପଟେନ୍ ମିତାଲୀ ରାଜଙ୍କ ନାଁ ରହିଛି । ଅନ୍ୟପକ୍ଷରେ ପୁରୁଷ ଟିମର ଅଲରାଉଣ୍ଡର ରବିନ୍ଦ୍ରଚନ୍ଦନ ଅଶ୍ୱିନଙ୍କ ନାଁ ମଧ୍ୟ ବୋର୍ଡ ସୁପାରିଶ୍ କରିଛି । ଏହାବ୍ୟତୀତ ବିସିସିଆଇ ଅର୍ଜୁନ ପୁରସ୍କାର ଲାଗି ଖେଳାଳିଙ୍କ ନାଁ ସୁପାରିସ୍ କରିଛି । ଏହି ପୁରସ୍କାର ପାଇଁ ଓପନର ଶିଖର ଧୱନ୍, ଲୋକେଶ ରାହୁଲ୍ ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କ ନାଁ ସାମିଲ୍ ଅଛି ।

ଏହି ତାଲିକାରେ ଓଡିଶା ସରକାରଙ୍କ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ନାଁକୁ ସୁପାରିଶ କରାଯାଇଛି । ସେପଟେ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଖେଳ ରତ୍ନ ପୁରସ୍କାର ପାଇଁ ଅଲିମ୍ପିକ୍ ତାରକା ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରାଙ୍କୁ ସୁପାରିଶ କରାଯାଇଛି । ୨୦୧୮ ପରଠାରୁ ଖେଳ ରତ୍ନ ପାଇଁ ନୀରଜ ଚୋପ୍ରାଙ୍କୁ ଚତୁର୍ଥ ଥର ପାଇଁ ସୁପାରିଶ କରାଯାଉଛି । ଏହା ସହ ପରିଚାଳନା ସଂସ୍ଥା  ଟିଟିଏଫଆଇ ଦ୍ୱାରା ଖେଳରତ୍ନ ପୁରସ୍କାର ପାଇଁ ଭାରତର ସର୍ବୋତ୍ତମ ଟେବୁଲ୍ ଟେନିସ୍ ଖେଳାଳି ଶରତ କମଲଙ୍କୁ ମଧ୍ୟ ସୁପାରିଶ କରାଯାଇଛି। ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା କମଲ ୨୦୧୯ ରେ ପଦ୍ମଶ୍ରୀ ପାଇବାରେ ପ୍ରଥମ ଭାରତୀୟ ପ୍ୟାଡଲର ହୋଇଥିଲେ। ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଏଫଏଫ)ର ସଫଳ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନାମ ମଧ୍ୟ ସୁପାରିଶ  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.