Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ସର୍ଜରୀ ପରେ ଘରକୁ ଫେରିଲେ ରଜନୀକାନ୍ତ, ଫଟୋ ସେୟାର କରି କହିଲେ-‘ଫେରି ଆସିଛି’

1/11/2021 at 9:13 AM

ମୁମ୍ବାଇ ୦୧/୧୧: ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ରବିବାର ରାତିରେ ଘରକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କାରୋଟିଡ ଧମନୀର ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନରେ କୁହାଯାଇଛି ଯେ କାରୋଟିଡ୍ ଏଣ୍ଡାର୍ଟେରେକ୍ଟୋମି ପରେ ଅଭିନେତା ସୁସ୍ଥ ଅଛନ୍ତି। ବର୍ତ୍ତମାନ ଅଭିନେତା ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରଜନୀକାନ୍ତ ତାଙ୍କ ପୂଜା ଘର ସମ୍ମୁଖରେ ଠିଆ ହୋଇ ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି।

ରଜନୀକାନ୍ତ ତାଙ୍କ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି- ‘ଘରକୁ ଫେରି ଆସିଛି।’ ଏହା ସହିତ ସେ ହାତ ଯୋଡୁଥିବାର ଏକ ଇମୋଟିକନ୍ ଦେଇଛନ୍ତି।

ରଜନୀକାନ୍ତଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ କାରରେ ତାଙ୍କ ଘରେ ପହଞ୍ଚିଛନ୍ତି। ତାଙ୍କ ପତ୍ନୀ ଲତା କବାଟ ବାହାରେ ତାଙ୍କର ଆରତୀ କରୁଥିବା ଦେଖାଯାଇଛି।

   Related Posts