Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାଜନୀତିରେ ଯୋଗଦେବେନି ରଜନୀକାନ୍ତ, କହିଲେ- “ଦେହ ଖରାପ ହେବା ଭଗବାନଙ୍କ ଚେତାବନୀ ଥିଲା”

29/12/2020 at 1:36 PM

ନୂଆଦିଲ୍ଲୀ ୨୯।୧୨: ରାଜନୀତିକୁ ନା । ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ରଜନୀକାନ୍ତ ଏହି ଘୋଷଣା କରିଛନ୍ତି । ଦଳ ନଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖିନପାରିବାରୁ କ୍ଷମା ମଧ୍ୟ ମାଗିଛନ୍ତି ।

ରଜନୀକାନ୍ତ ନିଜ ବୟାନରେ କହିଛନ୍ତି ଯେ, କିଛି ଦିନ ତଳେ ମୋର ଦେହ ଖରାପ ହୋଇଥିଲା । ଯାହାକି ଭଗବାନଙ୍କର ଚେତାବନୀ ଥିଲା କି ମୁଁ ରଜନୀତିରେ ପ୍ରବେଶ କରିବି ନାହିଁ । ଏହାପରେ ମୁଁ ପାର୍ଟି ଗଠନ କରିବି ନାହିଁ କି ରାଜନୀତିରେ ପ୍ରବେଶ କରିବି ନାହିଁ । ଏହାପୂର୍ବରୁ ରଜନୀକାନ୍ତ ଘୋଷଣା କରିଥିଲେ କି ଡିସେମ୍ବର ୩୧କୁ ନିଜର ରାଜନୈତିକ ପାର୍ଟିର ନାମ ଘୋଷଣା କରିବେ । ଯାହାପରେ ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲେ ।

କିନ୍ତୁ କିଛି ଦିନ ତଳେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ ଚାଲୁଥିଲା , ଏହି ସମୟରେ ହଠାତ୍‌ ତାଙ୍କ ଦେହ ଖରାପ ହୋଇଥିଲା । ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।  କିନ୍ତୁ ତାଙ୍କୁ ଘରେ କିଛି ଦିନ ଆରାମ ( ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

   Related Posts