ଧନୁଷ-ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦରେ ଭାଙ୍ଗି ପଡିଛନ୍ତି ରଜନୀକାନ୍ତ , ଦୁହିଁଙ୍କୁ ଏକାଠି କରିବାକୁ ଲାଗି ପଡିଛନ୍ତି ଅଭିନେତା

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮।୦୧ : ଦୀର୍ଘ ୧୮ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇ ହୋଇଯାଇଥିବା ଚର୍ଚ୍ଚିତ ଯୋଡି ଧନୁଷ-ଐଶ୍ବର୍ଯ୍ୟା । ଗତ କିଛି ଦିନ ପୂର୍ବେ ସାଉଥର ଷ୍ଟାଇଲିସ୍‌ ହିରୋ ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରି କହିଥିଲେ । ହେଲେ ଏହାକୁ ପରିବାର ଲୋକେ କିମ୍ବା ଫ୍ୟାନ୍ସମାନେ ସହଜେ ହଜମ କରିପାରୁ ନାହାନ୍ତି। ହେଲେ ଏହା ପୂର୍ବରୁ ଧନୁଷଙ୍କ ବାପା ଦୁହିଁଙ୍କ ଛାଡପତ୍ରକୁ ନେଇ କହିଥିଲେ କି ଏହା ଛାଡପତ୍ର ନୁହେଁ ବରଂ ପାରିବାରିକ ତଥା ଦାମ୍ପତ୍ୟ ଝଗଡ଼ା । ଦୁହିଙ୍କ ମଧ୍ୟରେ ବୁଝାମଣା ଚାଲିଥିବା କହିଛନ୍ତି କସ୍ତୁରୀ ରାଜା । କିନ୍ତୁ ବର୍ତ୍ତମାନ ଧନୁଷ ଝିଅ-ଜ୍ୱାଇଁଙ୍କ ମନୋମାଳିନ୍ୟକୁ ଦୂର କରିବା ନେଇ ସେମାନଙ୍କୁ ପୁଣି ଥରେ ଏକାଠି କରିବାକୁ ଲାଗି ପଡିଛନ୍ତି ସାଉଥ ସୁରପଷ୍ଟାର ରଜନୀକାନ୍ତ।

wp:html /wp:html

ଗତ କିଛି ଦିନ ତଳେ ଉଭୟ ଧନୁଷ ଓ ଐଶ୍ଚର୍ଯ୍ୟା ନିଜ ବିଚ୍ଛେଦ ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଥିଲେ। ଏବେ କୁହାଯାଉଛି କି ଉଭୟ ଧନୁଷ ଓ ଐଶ୍ଚର୍ଯ୍ୟା ହାଇଦ୍ରାବାଦରେ ଥିବା ବେଳେ ନିଜ ନିଜ ପ୍ରୋଜେକ୍ଟ କାମରେ ବ୍ୟସ୍ତ ଅଛନ୍ତି। ଉଭୟଙ୍କର ୨ଟି ଅଛି । ମିଡିଆ ରିପୋର୍ଟ ଅନୁଯାୟୀ  ଝିଅ ଐଶ୍ବର୍ଯ୍ୟାର ବିବାହ ବିଚ୍ଛେଦ ରଜନୀକାନ୍ତଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଏହି ବିଚ୍ଛେଦ ସାମୟିକ ବୋଲି କହିବା ସହ ଝିଅ ଘର ପୁଣି ଥରେ ସଜାଡିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି ରଜନୀକାନ୍ତ ।

ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ପାରିବ କି ନାହିଁ, ପୁଣି ଥରେ ଦୁହେଁ ଏକାଠି ହେବେ ନା ନାହିଁ ତାହା କେତେ ଦୂର ସତ ହେଉଛି ସମସ୍ତେ ତାହାକୁ ଦେଖିବାକୁ ବାକି ରହିଲା। ଅପରପକ୍ଷେ, ଉଭୟଙ୍କ ସମ୍ପର୍କରେ ଫାଟ ହୋଇଥିଲେ ବି ବିଚ୍ଛେଦ ନେଇ ସେମାନେ କୋର୍ଟରେ ପିଟିସନ ଦାଖଲ କରି ନ ଥିବା କହିଛନ୍ତି ଧନୁଷଙ୍କ ପିତା ତଥା ନିର୍ଦ୍ଦେଶକ କସ୍ତୁରୀ ରାଜା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.