Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ରଜନୀକାନ୍ତ ଏବେ ଛାଡିବେ ନାହିଁ ରାଜନୀତି, କହିଲେ- ଭାଇରାଲ ଚିଠିରେ କୌଣସି ସତ୍ୟାସତ୍ୟ ନାହିଁ

30/10/2020 at 9:48 AM

ନୂଆଦିଲ୍ଲୀ ୩୦/୧୦: ସାମାଜିକ ଗଣମାଧ୍ୟମରେ କିଛି ଦିନ ତଳେ ରଜନୀକାନ୍ତଙ୍କ ଏକ ଚିଠି ଭାଇରାଲ ହୋଇଥିଲା। ଯେଉଁଥିରେ ସେ ରାଜନୀତି ଛାଡିବା କଥା ଉଲ୍ଲେଖ ହୋଇଛି। ତେବେ ଏବେ ଖୋଦ୍ ରଜନୀକାନ୍ତ ଏ କଥାକୁ ଖଣ୍ଡନ କରିଛନ୍ତି। ଏହା ସହ ଏହାକୁ ଏକ ମିଛ ଚିଠି ବୋଲି କହିଛନ୍ତି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଏଣୁ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ତାମିଲ ଭାଷାରେ ଟ୍ବିଟ୍ କରି ରଜନୀକାନ୍ତ କହିଛନ୍ତି ଯେଉଁ ଚିଠି ଭାଇରାଲ ହେଉଛି ତାହା ତାଙ୍କର ନୁହେଁ। ସେଥିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଓ ଡାକ୍ତରଙ୍କ ଯେଉଁ ପରାମର୍ଶ ଉଲ୍ଲେଖ କରାଯାଇଛି ତାହା ଠିକ୍ ନୁହେଁ। ସେ ଏ ବିଷୟରେ ସାଥୀଙ୍କ ସହ ଆଲୋଚନା କରିବେ ଓ ସମୟ ଆସିଲେ ରାଜନୀତି ସହ ସମ୍ବନ୍ଧିତ ନିଜ ମତାମତ ଘୋଷଣା କରିବେ । ତାଙ୍କର ଏ ଟ୍ବିଟ୍ ପରେ ଆଶା କରାଯାଉଛି ଯେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ହେବା ପରେ ପୁଣି ରାଜନୀତିରେ ତାଙ୍କର ସକ୍ରିୟ ଯୋଗଦାନ ରହିବ।

୨୦୧୧ରେ ସେ କିଡନୀ ସମସ୍ୟା ଯୋଗୁ ସିଙ୍ଗାପୁରରେ ଚିକିତ୍ସିତ ହୋଇଥିଲେ। ଏହା ପରେ ୨୦୧୬ରେ ଆମେରିକାର ଗୋଟିଏ ହସପିଟାଲରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇ ଥିଲା। ଯେଉଁଥିପାଇଁ ତାଙ୍କ ଇମ୍ୟୁନିଟି ପାଓ୍ବାର କମି ଯାଇଛି।

ତେବେ ଭାଇରାଲ ଚିଠି ଅନୁଯାୟୀ କରୋନା ପାଇଁ ରଜନୀକାନ୍ତଙ୍କୁ ବଡ଼ ଝଟକା ଲାଗିଛି। ଟିକା ଆସିବା ପରେ ମଧ୍ୟ ତାଙ୍କୁ ଘରୁ ବାହାରିକା ନେଇ କଟକଣା ରହିବ। ଚିଠିରେ ଆହୁରି କୁହାଯାଇଛି ସେ ତାଙ୍କ ଜବୀନକୁ ନେଇ ଭୟଭୀତ ନୁହନ୍ତି ଓ ଲୋକଙ୍କ କଲ୍ୟାଣ ବାବଦରେ ଅଧିକ ଚିନ୍ତିତ।

   Related Posts