Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ‘ବେଡ୍‌ ରେଷ୍ଟ’ ପାଇଁ ପରାମର୍ଶ ଦେଲେ ଡାକ୍ତର

27/12/2020 at 5:16 PM

ହାଇଦ୍ରାବାଦ ୨୭/୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ରବିବାର ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଏବେ ତାଙ୍କର ରକ୍ତଚାପ ଠିକ୍‌ ଅଛି ବୋଲି ପରୀକ୍ଷା କରି କହିଛନ୍ତି ହସ୍ପିଟାଲର ଡାକ୍ତର। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ରଜନୀକାନ୍ତଙ୍କୁ  ଡିସ୍‌ଚାର୍ଜ କରାଯାଇଥିବା ନେଇ ଏଏନଆଇ ପକ୍ଷରୁ ସୂଚନା ମିଳିଛି। ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ଏନେଇ ମଧ୍ୟ ସୂଚନା ଦିଆଯାଇଛି।

ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ପରେ ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାମିଲ ଫିଲ୍ମ ‘ଆନାଥେ’ରେ ସୁଟିଂ ସମୟରେ ହିଁ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯଦିଓ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି କିନ୍ତୁ ତାଙ୍କୁ କିଛି ଦିନ ଆରାମ ( ବେଡ୍ ରେଷ୍ଟ) କରିବାକୁ ଡାକ୍ତର ପରାମର୍ଶ କରିଥିବା ଜଣାପଡ଼ିଛି।

   Related Posts